ଡୋପ୍ ଟେଷ୍ଟରେ ବିଫଳ ହେଲେ ଦୂତୀ,ସାମୟିକ ନିଲମ୍ବିତ

ଭୁବନେଶ୍ୱର : ପୁଣି ନିରାଶ କଲେ ଓଡ଼ିଶାର ସୁନାମଧନ୍ୟ ଧାବିକା ଦୂତୀ ଚାନ୍ଦ I ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ ଡୋପ୍ ଟେଷ୍ଟରେ ବିଫଳ ହେଲେ ଦୂତୀ I ତେଣୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୂତୀଙ୍କୁ ସାମୟିକ ଭାବେ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି I ଆଗକୁ ଏସିଆନ ଗେମ୍ସ ଥିବା ବେଳେ ଦୂତୀ ନିଲମ୍ବନ ହେବା ସମସ୍ତଙ୍କ ପାଇଁ ଝଟକା ସଦୃଶ ହୋଇଛି। ଏବେ ଦୂତୀଙ୍କୁ ନିଲମ୍ବନ କରାଯାଇଥିବାରୁ ସେ ଚାଇନାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ […]

Samaya Live Picture
Published On

ଭୁବନେଶ୍ୱର : ପୁଣି ନିରାଶ କଲେ ଓଡ଼ିଶାର ସୁନାମଧନ୍ୟ ଧାବିକା ଦୂତୀ ଚାନ୍ଦ I ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ ଡୋପ୍ ଟେଷ୍ଟରେ ବିଫଳ ହେଲେ ଦୂତୀ I ତେଣୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୂତୀଙ୍କୁ ସାମୟିକ ଭାବେ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି I ଆଗକୁ ଏସିଆନ ଗେମ୍ସ ଥିବା ବେଳେ ଦୂତୀ ନିଲମ୍ବନ ହେବା ସମସ୍ତଙ୍କ ପାଇଁ ଝଟକା ସଦୃଶ ହୋଇଛି।

ଏବେ ଦୂତୀଙ୍କୁ ନିଲମ୍ବନ କରାଯାଇଥିବାରୁ ସେ ଚାଇନାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ଗେମ୍ସରେ ଭାଗ ନେଇ ପାରିବେ ନାହିଁ। ପ୍ରକୃତରେ ୨୦୨୨ରେ ଏସିଆ ଗେମ୍ସ ହେବାର ଥିଲା। କିନ୍ତୁ ମହାମାରୀ କରୋନା ପାଇଁ ଏହାକୁ ୨୦୨୩କୁ ଘୁଞ୍ଚାଇ ଦିଆଯାଇଛି।

ତେବେ ଏହାକୁ ଅସ୍ୱୀକାର କରିଛନ୍ତି ଦୂତି । ଡୋପ ଟେଷ୍ଟରେ ବିଫଳ ହୋଇଥିବା କଥାକୁ ଅସ୍ୱୀକାର କରିଛନ୍ତି । ଦୂତି କହିଛନ୍ତି ଏଭଳି କୌଣସି ଚିଠି ମୋତେ ଏଯାଏଁ ମିଳିନାହିଁ । ପ୍ରସାରିତ ଖବର ସମ୍ପୂର୍ଣ୍ଣ ମିଛ । ଡୋପ୍ ଟେଷ୍ଟରେ ବିଫଳ କିମ୍ବା ନିଲମ୍ବିତ ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ମେଲ୍ ମିଳିନଥିବା କହିଛନ୍ତି ଦୂତି ।

Tags: