କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କଲେ ଦୂତୀ ଚାନ୍ଦ

ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତରମନ୍ତରରେ ପ୍ରତିବାଦ କରୁଥିବା କୁସ୍ତିଯୋଦ୍ଧାଙ୍କୁ ଭାରତୀୟ ସ୍ପ୍ରିଣ୍ଟର୍ ଦୁତୀ ଚାନ୍ଦଙ୍କ ସମର୍ଥନ ଏସମ୍ପର୍କରେ ଦୁତି କହିଛନ୍ତି ସରକାରଙ୍କ ଆଗରେ ପୁଅ ଓ ଝିଅ ସମାନ । ଦେଶ ପାଇଁ ଝିଅମାନେ ବି ଗୌରବ ଆଣୁଛନ୍ତି । କିନ୍ତୁ କେତେକ କ୍ଷେତ୍ରରେ ଝିଅ ମାନଙ୍କୁ ଶୋଷଣ କରାଯାଉଛି,ସେ ମାନଙ୍କ ସହ ଯାହା ଘଟୁଛି ତାହା ନିନ୍ଦନୀୟ । ଝିଅଙ୍କୁ ନିର୍ଯାତନା ଦିଆଗଲେ ଦେଶର ସମ୍ମାନ ସହ ସାଲିସ କରିବା ଭଳି ହୋଇଯିବ ବୋଲି କହିଛନ୍ତି […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତରମନ୍ତରରେ ପ୍ରତିବାଦ କରୁଥିବା କୁସ୍ତିଯୋଦ୍ଧାଙ୍କୁ ଭାରତୀୟ ସ୍ପ୍ରିଣ୍ଟର୍ ଦୁତୀ ଚାନ୍ଦଙ୍କ ସମର୍ଥନ ଏସମ୍ପର୍କରେ ଦୁତି କହିଛନ୍ତି ସରକାରଙ୍କ ଆଗରେ ପୁଅ ଓ ଝିଅ ସମାନ । ଦେଶ ପାଇଁ ଝିଅମାନେ ବି ଗୌରବ ଆଣୁଛନ୍ତି । କିନ୍ତୁ କେତେକ କ୍ଷେତ୍ରରେ ଝିଅ ମାନଙ୍କୁ ଶୋଷଣ କରାଯାଉଛି,ସେ ମାନଙ୍କ ସହ ଯାହା ଘଟୁଛି ତାହା ନିନ୍ଦନୀୟ ।

ଝିଅଙ୍କୁ ନିର୍ଯାତନା ଦିଆଗଲେ ଦେଶର ସମ୍ମାନ ସହ ସାଲିସ କରିବା ଭଳି ହୋଇଯିବ ବୋଲି କହିଛନ୍ତି ଦୂତୀ । କ୍ରୀଡ଼ାରେ ମହିଳାମାନଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ଏବଂ ନିର୍ଯ୍ୟାତନା ଘଟଣା ପାଇଁ ଅଧିକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ମହିଳା ଖେଳାଳି ମାନେ ଏଇଭଳି ପରିସ୍ଥିତିରୁ କିପରି ନ୍ୟାୟ ପାଇବେ ଏହା ସରକାରଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି I

ସୂଚନାନୁସାରେ,ରେସଲର ସଂଘର ସଭାପତି ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି କିଛି ମହିଳା ରେସଲର । ତାଙ୍କୁ ଗିରଫ କରିବା ସହିତ ପଦରୁ ଇସ୍ତଫା ଦେବାକୁ ଦାବି କରି ଭାରତୀୟ ରେସଲର ମାନେ ଦିଲ୍ଲୀର ଯନ୍ତର ମନ୍ତରରେ ଆନ୍ଦୋଳନରେ ବସିଛନ୍ତି।

Tags: