ଡୋପ୍ ଟେଷ୍ଟରେ ଫେଲ୍‌ , ୪ ବର୍ଷ ପାଇଁ ଦୂତୀ ଚାନ୍ଦ ବାସନ୍ଦ

ଭୁବନେଶ୍ୱର : ଆଥଲେଟ ଦୂତୀ ଚାନ୍ଦଙ୍କୁ ଝଟକା I ଡୋପ୍ ଟେଷ୍ଟରେ ବିଫଳ ହେବାରୁ ୪ ବର୍ଷ ପାଇଁ ଦୌଡରୁ ହେଲେ ବାସନ୍ଦ I ୨୦୨୭ ଜାନୁଆରୀ ଯାଏ ଦୌଡ଼ି ପାରିବେନି । କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ମଧ୍ୟ ଅଂଶଗ୍ରହଣ କରିପାରିବେନି ଦୂତୀ । ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ SRMS ଟେଷ୍ଟରେ ଫେଲ୍‌ ମାରିଛନ୍ତି ଦୂତି ଚାନ୍ଦ। ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି NADA ଦ୍ୱାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୂନାରେ ମିଳିଛି […]

Samaya Live Picture
Published On

ଭୁବନେଶ୍ୱର : ଆଥଲେଟ ଦୂତୀ ଚାନ୍ଦଙ୍କୁ ଝଟକା I ଡୋପ୍ ଟେଷ୍ଟରେ ବିଫଳ ହେବାରୁ ୪ ବର୍ଷ ପାଇଁ ଦୌଡରୁ ହେଲେ ବାସନ୍ଦ I ୨୦୨୭ ଜାନୁଆରୀ ଯାଏ ଦୌଡ଼ି ପାରିବେନି । କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ମଧ୍ୟ ଅଂଶଗ୍ରହଣ କରିପାରିବେନି ଦୂତୀ ।

ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ SRMS ଟେଷ୍ଟରେ ଫେଲ୍‌ ମାରିଛନ୍ତି ଦୂତି ଚାନ୍ଦ। ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି NADA ଦ୍ୱାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୂନାରେ ମିଳିଛି । ଡିସେମ୍ବର ୫ ୨୦୨୨ରେ ଦୂତୀଙ୍କ ନମୂନା ସଂଗ୍ରହ କରାଯାଇଥିବାରୁ ଏହା ପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ, ପୁରସ୍କାର ଏବଂ ପଏଣ୍ଟସକୁ ଖାରଜ କରିଛି ନାଡା।

ଚଳିତ ବର୍ଷ ଜାନୁଆରି ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଲାଗୁ ହୋଇଛି । ଜାନୁୟାରୀ ୩ ତାରିଖରୁ ଦୂତୀ ଯେଉଁ ଇଭେଣ୍ଟଗୁଡିକରେ ଅଂଶ ଗ୍ରହଣ କରିଥିବେ, ତାହାର ପ୍ରଦର୍ଶନଗୁଡିକୁ ଅଯୋଗ୍ୟ ଘୋଷଣା କରାଯିବ । ଏ ନେଇ ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ୍ ଅଧ୍ୟକ୍ଷ ଚୈତନ୍ୟ ମହାଜନ ସୂଚନା ଦେଇଛନ୍ତି। ତଥାପି ଏହି ଦଣ୍ଡ ବିରୋଧରେ ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ୍ ଆଗରେ ନିଜର ପକ୍ଷ ରଖିବାକୁ ଦୂତୀଙ୍କୁ ୨୧ ଦିନ ସମୟ ଦିଆଯାଇଛି।

Tags: