ବାତ୍ୟା ସମୟରେ ଜନ୍ମନେଲେ ୧୬ ଶହ ନବଜାତକ,ପୁଅଙ୍କ ନାଁ ରହିଲା ‘ଦାନା’
ଭୁବନେଶ୍ୱର : ଟଳିଯାଇଛି ବାତ୍ୟା ‘ଦାନା’ । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ଲକ୍ଷ ସଫଳ ହୋଇଛି । ‘ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମାଆ ଗୃହରେ ପ୍ରାୟ ୪୪୩୧ ଜଣ ଆସନ୍ନ ପ୍ରସବା ମା’ମାନଙ୍କୁ ରଖାଯାଇଥିଲା । ବାତ୍ୟା ସମୟରେ ଗତକାଲି ୧୬୦୦ ନବଜାତକ ଭୂମିଷ୍ଠ ହୋଇଛନ୍ତି । ବିଶେଷକରି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲାର ଗର୍ଭବତୀଙ୍କୁ ସୁରକ୍ଷା କେନ୍ଦ୍ର ଓ ମାତୃଗୃହକୁ […]
ଭୁବନେଶ୍ୱର : ଟଳିଯାଇଛି ବାତ୍ୟା ‘ଦାନା’ । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ଲକ୍ଷ ସଫଳ ହୋଇଛି । ‘ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମାଆ ଗୃହରେ ପ୍ରାୟ ୪୪୩୧ ଜଣ ଆସନ୍ନ ପ୍ରସବା ମା’ମାନଙ୍କୁ ରଖାଯାଇଥିଲା । ବାତ୍ୟା ସମୟରେ ଗତକାଲି ୧୬୦୦ ନବଜାତକ ଭୂମିଷ୍ଠ ହୋଇଛନ୍ତି । ବିଶେଷକରି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲାର ଗର୍ଭବତୀଙ୍କୁ ସୁରକ୍ଷା କେନ୍ଦ୍ର ଓ ମାତୃଗୃହକୁ ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୬ ଶହ ମହିଳା ନବଜାତଙ୍କୁ ଜନ୍ମ ଦେଇଛନ୍ତି । ସମସ୍ତ ମାଆ ଓ ନବଜାତ ଶିଶୁ ସମ୍ପୂର୍ଣ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି । ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବା ବେଳେ ଧୁଷୁରୀ ମେଡ଼ିକାଲରେ ଜନ୍ମ ନେଇଥିବା ନବଜାତକର ନାଁ ‘ଦାନା’ ରଖିଛନ୍ତି ପରିବାର ଲୋକେ । ଧାମନଗର ବ୍ଲକ କଣ୍ଟିକା ଗାଁର ପ୍ରସୂତୀ ଶୁଭ ମଲ୍ଲିକଙ୍କୁ ବାତ୍ୟା ପାଇଁ ଆଗୁଆ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଗତ ରାତିରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଛି । ଉଭୟ ମାଆପୁଅ ସୁସ୍ଥ ଅଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାତ୍ୟା ନେଇ ସେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ବନ୍ୟା ମୁକାବିଲା ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି। ସବୁ ପ୍ରକାରର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବାତ୍ୟାର ମୁକାବିଲା ପାଇଁ ଯାହା ସବୁ ଦରକାର ସବୁ ଯୋଗା ଦେବା ସହ ପର୍ଯ୍ୟାପ୍ତ କ୍ଷତିପୂରଣ ମିଳିବ ବୋଲି ରାଜ୍ୟ ସରକାର କହିଛନ୍ତି ।




