ଚୋରା ଚାଲାଣ ବେଳେ ବନବିଭାଗ ହାତରେ ଶୁଆ ଓ କଇଁଛ ବେପାରୀ

ରାଉରକେଲା : ବେଆଇନ ଭାବରେ ଜଙ୍ଗଲୀ ଶୁଆ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ରାଉରକେଲାରୁ ଶୁଆ ଚୋର ରାକେଟ୍ ଠାବ ହୋଇଛି । ଏମାନଙ୍କ ନିକଟରୁ ୭୨ଟି ଜଙ୍ଗଲି ଶୁଆ ଜବତ କରିବା ସହିତ ୨ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ସ୍ଥାନୀୟ ଇନ୍ଦିରାଗାନ୍ଧୀ ପାର୍କ ନିକଟରେ ବେଆଇନ ଜଙ୍ଗଲୀ ଶୁଆ କାରବାର ହେଉଥିବା ନେଇ ଜଣାପଡ଼ିବା ପରେ ଚଢ଼ଉ କରିଥିଲା ବନବିଭାଗ । ପ୍ରଥମେ ଏକ ବାଇକ୍‌ରେ […]

Samaya Live Picture
Published On

ରାଉରକେଲା : ବେଆଇନ ଭାବରେ ଜଙ୍ଗଲୀ ଶୁଆ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ରାଉରକେଲାରୁ ଶୁଆ ଚୋର ରାକେଟ୍ ଠାବ ହୋଇଛି । ଏମାନଙ୍କ ନିକଟରୁ ୭୨ଟି ଜଙ୍ଗଲି ଶୁଆ ଜବତ କରିବା ସହିତ ୨ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ସ୍ଥାନୀୟ ଇନ୍ଦିରାଗାନ୍ଧୀ ପାର୍କ ନିକଟରେ ବେଆଇନ ଜଙ୍ଗଲୀ ଶୁଆ କାରବାର ହେଉଥିବା ନେଇ ଜଣାପଡ଼ିବା ପରେ ଚଢ଼ଉ କରିଥିଲା ବନବିଭାଗ । ପ୍ରଥମେ ଏକ ବାଇକ୍‌ରେ ଜଣେ ବେପାରୀ ୧୦ଟି ଶୁଆ ଧରି ନୂଆ ବସ୍ ଷ୍ଟାଣ୍ଡ ଯିବା ସମୟରେ ଇନ୍ଦିରାଗାନ୍ଧୀ ପାର୍କ ନିକଟରେ ଧରିଥିଲା ବନ ବିଭଗ ଧରିଥିଲା । ଏହାପରେ ତାକୁ ପଚରାଉଚରା କରିବାରୁ ନାଳରୋଡ ଅଞ୍ଚଳରେ ଏକ ଭଡା ଘରେ ୭୨ଟି ଶୁଆଙ୍କୁ ରଖିଥିବା ଜଣାପଡିଥିଲା । ସବୁ ଶୁଆଙ୍କୁ ଉଦ୍ଧାର କରାଯାଇଛି । ଶୁଆ ଶାବକ ଗୁଡ଼ିକୁ ୮ ଶହ ଟଙ୍କାରେ କିଣି ୩ ହଜାରରୁ ୩୫୦୦ ଟଙ୍କାରେ ବିକ୍ରି କରୁଥିବା ସୂଚନା ଦେଇଛନ୍ତି DFO ।

ଅନ୍ୟପଟେ ଆଜି ଆନ୍ଧ୍ର ପ୍ରଦେଶରୁ ଓଡ଼ିଶାକୁ କଇଁଛ ଚୋରା ଚାଲାଣ ବେଳେ ମୋଟୁ ପୁଲିସ ଦ୍ୱାରା ବ୍ୟାପକ କଇଁଛ ଜବତ କରାଯାଇଛି । ଆଜି ସକାଳେ ମୋଟୁ ନିକଟରେ ଥିବା ଆନ୍ଧ୍ର ଓଡ଼ିଶା ସୀମାନ୍ତ ତନଖି ଫାଟକରେ ମୋଟୁ ପୁଲିସ ଯାନବାହାନ ଯାଂଚ କରୁଥିବାବେଳେ ଆନ୍ଧ୍ର ପଟୁ ଓଡ଼ିଶା ଭିତରକୁ ପ୍ରବେଶ କରିଥିବା ଏକ ମିନି ଟ୍ରକକୁ ଯାଂଚ କରିବାବେଳେ ଟ୍ରକରେ ୨୨ଟି ବସ୍ତାରେ ମୋଟ ୩୯୮ ଜୀବନ୍ତ କଇଁଛକୁ ଜବତ କରାଯାଇଥିଲା। ଏହି ଚୋରା ଚାଲାଣରେ ସଂକ୍ତୃକ୍ତ ଥିବା ୪ଜଣ ଅଭିଯୁକ୍ତକୁ ବନ ବିଭାଗ ଅଟକ ରଖି ଅଧିକ ପଚରା ଉଚରା କରୁଥିବାର ସୂଚନା ମିଳିଛି।

Tags: