ରାଜ୍ୟରୁ ଆଉ ୫ JN.1 କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଲା। ରାଜ୍ୟରେ ୨୯୫ ଜଣଙ୍କ କୋଭିଡ ପରୀକ୍ଷା ହୋଇଥିଲା I ଏମାନଙ୍କ ମଧ୍ୟରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି I ଏନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ଇ ସେପଟେ କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ପ୍ରସ୍ତୁତ ରହିଛି I ଟେଷ୍ଟିଙ୍ଗ […]

Samaya Live Picture
Published On

ଭୁବନନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଲା। ରାଜ୍ୟରେ ୨୯୫ ଜଣଙ୍କ କୋଭିଡ ପରୀକ୍ଷା ହୋଇଥିଲା I ଏମାନଙ୍କ ମଧ୍ୟରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି I ଏନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ଇ

ସେପଟେ କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ପ୍ରସ୍ତୁତ ରହିଛି I ଟେଷ୍ଟିଙ୍ଗ ବଢ଼ିଛି, ବର୍ତ୍ତମାନ ରାଜ୍ୟରେ ଯେଉଁ ଆକ୍ଟିଭ ପେସେଣ୍ଟ ଅଛନ୍ତି,ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି,ମେଡିକାଲରେ କେହି ନାହାଁନ୍ତି। ତେଣୁ ଆତଙ୍କିତ ହେବାର ନାହିଁ। ଆଗକୁ ବଢ଼ିବା ନେଇ ସ୍ଥିତି ଅନୁଧ୍ୟାନ କରାଯାଉଛି ବୋଲି ନିରଞ୍ଜନ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଜାତୀୟସ୍ତରୀୟ ତଥ୍ୟ ଅନୁସାରେ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ୯୨% ରୁ ଉର୍ଦ୍ଧ୍ବ ହୋମ ଆଇସୋଲେସନରେ ଅଛନ୍ତି, ଆଉ ଯେଉଁମାନେ ମେଡିକାଲରେ ଆଡମିଟ ହେଉଛନ୍ତି ଓ ମେଜରିଟି ଡେଥ ମଧ୍ୟ କୋମଅର୍ବିଟ କଣ୍ଡିସନ ପାଇଁ ହୋଇଛି। କୋଭିଡ ପାଇଁ ମେଡିକାଲରେ ଆଡମିଟ ହେବା ବହୁତ କମ। କୋଭିଡ ବଢ଼ିବ ନ ବଢ଼ିବ ଏବେ କହିହେବନି। ସ୍ଥିତି ଉପରେ ନଜର ରଖାଯାଇଛି। ଯଦି ବଢ଼େ, ତେବେ ଭୟାବହତା ଆଶଙ୍କା କମ୍।

Tags: