ଏଥର ଜୁନ୍ ମାସରେ ହେବ ଭଲ ବର୍ଷା

ଭୁବନେଶ୍ବର: ଚାଷୀଙ୍କ ପାଇଁ ଖୁସି ଖବର । ସଠିକ୍‌ ସମୟରେ ଓଡ଼ିଶା ଛୁଇଁବ ମୌସୁମୀ। ଚଳିତ ବର୍ଷ ମୌସୁମୀ ଜୁନ୍‌ ମାସରେ ଭଲ ବର୍ଷା ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ। ପ୍ରାୟତଃ ମୌସୁମୀ ଜୁନ୍‌ ମାସରେ ଓଡ଼ିଶା ଛୁଉଁଥିଲେ ମଧ୍ୟ ପ୍ରଥମ ମାସରେ ସର୍ବଦା ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଆରମ୍ଭ ବିଳମ୍ବ ହୋଇଥାଏ। ବିଭିନ୍ନ ମଡେଲ୍‌କୁ ଅନୁଧ୍ୟାନ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ, ଏଥର ମୌସୁମୀ […]

ଏଥର ଜୁନ୍ ମାସରେ ହେବ ଭଲ ବର୍ଷା
Samaya Live Picture
Published On

ଭୁବନେଶ୍ବର: ଚାଷୀଙ୍କ ପାଇଁ ଖୁସି ଖବର । ସଠିକ୍‌ ସମୟରେ ଓଡ଼ିଶା ଛୁଇଁବ ମୌସୁମୀ। ଚଳିତ ବର୍ଷ ମୌସୁମୀ ଜୁନ୍‌ ମାସରେ ଭଲ ବର୍ଷା ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ। ପ୍ରାୟତଃ ମୌସୁମୀ ଜୁନ୍‌ ମାସରେ ଓଡ଼ିଶା ଛୁଉଁଥିଲେ ମଧ୍ୟ ପ୍ରଥମ ମାସରେ ସର୍ବଦା ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଆରମ୍ଭ ବିଳମ୍ବ ହୋଇଥାଏ।

ବିଭିନ୍ନ ମଡେଲ୍‌କୁ ଅନୁଧ୍ୟାନ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ, ଏଥର ମୌସୁମୀ ପର୍ଯ୍ୟନ୍ତ ଏଲ୍‌-ନିନୋ ଆସିବ ନାହିଁ। ତେଣୁ ଜୁନ୍‌ ମାସରେ ସ୍ବାଭାବିକ ବର୍ଷା ହେବ। ସାଧାରଣତଃ ଏଲ୍‌-ନିନୋ ସମୟରେ ମୌସୁମୀ ବର୍ଷା କମିଥାଏ।

ମୌସୁମୀକୁ ପ୍ରଭାବିତ କରୁଥିବା ଦ୍ବିତୀୟ କାରଣ ହେଉଛି ଇଣ୍ଡିଆନ୍‌ ଓସେନ୍‌ ଡାଇପୋଲ୍‌(ଆଇଓଡି)। ଏପ୍ରିଲ୍‌ ଆରମ୍ଭରେ ଏହା +୦.୪ ଡିଗ୍ରୀ ରହିଥିବା ବେଳେ ମେ ପରେ କ୍ରମଶଃ କମି ଅଗଷ୍ଟ ବେଳକୁ ବା ସେପ୍ଟେମ୍ବର ବେଳକୁ -୦.୪ ଡିଗ୍ରୀ ପହଞ୍ଚିପାରେ। ସାଧାଣତଃ ଆଇଓଡି ପଜିଟିଭ ରହିଥିଲେ ମୌସୁମୀ ବର୍ଷା ଭଲ ହୋଇଥାଏ।

Tags: