କଟକରେ ନକଲି ଚା’ ପତି କମ୍ପାନୀ ଠାବ

କଟକ : ଜବର ଦାଖଲ ଉଚ୍ଛେଦ ବେଳେ ଠାବ ହେଲା ନକଲି ଚା’ପତି କମ୍ପାନୀ I କଟକ ଜଗତପୁର ଲକ୍ଷ୍ମଣପୁର ଅଞ୍ଚଳରୁ ଠାବ ହେଲା ନକଲି ଚା’ ପତି କାରଖାନା । ବିପୁଳ ପରିମାଣର ଚା’ ପତି ସହ ମେସିନ ଜବତ କରିଛି ସିଏମସି ଟିମ। ଦୀର୍ଘ ଦିନଧରି ଜଗତପୁର ଲକ୍ଷ୍ମଣପୁର କେନାଲ ବନ୍ଧରେ ଠାରେ ଥିବା ଏକ ନିର୍ଜନ ସ୍ଥାନରେ ଗୋଟିଏ ଛୋଟ ଘରେ ଟାଟା ପ୍ରିମିୟମ ନାମରେ ନକଲି ପ୍ୟାକିଙ୍ଗ ହେଉଥିଲା । ସୂଚନା […]

Samaya Live Picture
Published On

କଟକ : ଜବର ଦାଖଲ ଉଚ୍ଛେଦ ବେଳେ ଠାବ ହେଲା ନକଲି ଚା’ପତି କମ୍ପାନୀ I କଟକ ଜଗତପୁର ଲକ୍ଷ୍ମଣପୁର ଅଞ୍ଚଳରୁ ଠାବ ହେଲା ନକଲି ଚା’ ପତି କାରଖାନା । ବିପୁଳ ପରିମାଣର ଚା’ ପତି ସହ ମେସିନ ଜବତ କରିଛି ସିଏମସି ଟିମ। ଦୀର୍ଘ ଦିନଧରି ଜଗତପୁର ଲକ୍ଷ୍ମଣପୁର କେନାଲ ବନ୍ଧରେ ଠାରେ ଥିବା ଏକ ନିର୍ଜନ ସ୍ଥାନରେ ଗୋଟିଏ ଛୋଟ ଘରେ ଟାଟା ପ୍ରିମିୟମ ନାମରେ ନକଲି ପ୍ୟାକିଙ୍ଗ ହେଉଥିଲା ।

ସୂଚନା ଅନୁଯାୟୀ, ଆଜି ଜଗତପୁର ୪୮ ନମ୍ବର ଓ୍ବାର୍ଡ ରେ ସି ଏମ ସି ଏନ୍ ଫୋର୍ସ ମେଣ୍ଟ ଟିମ୍ ଦ୍ୱାରା ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଉକ୍ତ ଘରଟିକୁ ମଧ୍ୟ ଭଙ୍ଗା ଯାଇଥିଲା । ଘର ଭାଙ୍ଗିବା ସମୟରେ ଗୁଡ଼ାଏ ଟାଟା କମ୍ପାନୀର ଛୋଟ ଛୋଟ ପ୍ୟାକେଟ ସହିତ, ତିନୋଟି ଅଲଗା ଅଲଗା କମ୍ପାନୀର ଚା ପତି , ଗୋଟିଏ ଚାହା ମିକ୍ସ ଓ ପ୍ୟାକିଙ୍ଗ ମେସିନ ,ଗୋଟିଏ ସିଲାଇ ମେସିନ, ଅନେକ ଗୁଡ଼ିଏ ବ୍ୟାଣ୍ଡର ପ୍ୟକେଜିଂ ଜରି ସହିତ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଦେଖିବାକୁ ମିଳିଥିଲା । ଜବତ ହେବାପରେ ଜିନିଷ ପତ୍ର ସିଏମସି ହେପାଜତକୁ ନେଇଛି ।

Tags: