କାର୍ତ୍ତିକ ଭିଡ଼ ଯୋଗୁଁ ବଦଳିଲା ଧ୍ୱଜା ବନ୍ଧା ସମୟ
ପୁରୀ : ସଅଳ ବନ୍ଧା ହେବ ନୀଳଚକ୍ର ବାନା । ସୋମବାର କାର୍ତ୍ତିକ ଭିଡ଼ ଯୋଗୁଁ ବଦଳିଲା ଶ୍ରୀମନ୍ଦିର ରେ ଦୈନିକ ଧ୍ବଜା ବନ୍ଧା ନୀତି ସମୟରେ ପରିବର୍ତ୍ତନ କରାଯାଇଛି । ସନ୍ଧ୍ୟା ୫ ଟା ବଦଳରେ ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ ପତିତପାବନ ବାନା ବନ୍ଧାହେବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସୂଚନା ଅନୁଯାୟୀ ପଞ୍ଚକ ଆରମ୍ଭ ହୋଇଥିବାରୁ ଏବଂ ଆଜି ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ହରିହର ବେଶ […]
ପୁରୀ : ସଅଳ ବନ୍ଧା ହେବ ନୀଳଚକ୍ର ବାନା । ସୋମବାର କାର୍ତ୍ତିକ ଭିଡ଼ ଯୋଗୁଁ ବଦଳିଲା ଶ୍ରୀମନ୍ଦିର ରେ ଦୈନିକ ଧ୍ବଜା ବନ୍ଧା ନୀତି ସମୟରେ ପରିବର୍ତ୍ତନ କରାଯାଇଛି । ସନ୍ଧ୍ୟା ୫ ଟା ବଦଳରେ ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ ପତିତପାବନ ବାନା ବନ୍ଧାହେବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ସୂଚନା ଅନୁଯାୟୀ ପଞ୍ଚକ ଆରମ୍ଭ ହୋଇଥିବାରୁ ଏବଂ ଆଜି ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ହରିହର ବେଶ ଥିବାରୁ ଏହି ବେଶରେ ଠାକୁରଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତମାନଙ୍କ ଭିଡ ପରିଲକ୍ଷିତ ହେବ। ତେଣୁ ସନ୍ଧ୍ୟା ପରିବର୍ତ୍ତେ ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ ନୀଳଚକ୍ରରେ ସଅଳ ବାନା ପରିବର୍ତ୍ତନ କରିବାକୁ ଚୂନରା ସେବାୟତଙ୍କୁ ଅବଗତ କରାଯାଇଛି। ଶ୍ରୀମନ୍ଦିର ପରମ୍ପରା ଓ ନୀତିକାନ୍ତି ଅନୁଯାୟୀ ପ୍ରତିଦିନ ଚୂନରା ସେବକ ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢି ବାନା ପରିବର୍ତ୍ତନ କରିଥାନ୍ତି। ଏହି ବାନାର ରଙ୍ଗ ଲାଲ, ହଳଦିଆ ଏବଂ ଧଳା ରଙ୍ଗ ହୋଇଥାଏ।
ଅପରାହ୍ନ ସମୟରେ କମ୍ ଗହଳି ମଧ୍ୟରେ ଧ୍ୱଜା ବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଧ୍ଵଜା ବନ୍ଧା ଦେଖିବା ପାଇଁ ମନ୍ଦିର ଭିତରେ ଓ ସିଂହଦ୍ଵାର ବାହାର ରାସ୍ତାରେ ବହୁତ ଭକ୍ତ ଗହଳି କରୁଛନ୍ତି । ତେଣୁ ସପ୍ତାହେ ପର୍ଯ୍ୟନ୍ତ ଅପରାହ୍ନରେ ଧ୍ଵଜା ବନ୍ଧା ସମାପନ କରିବାକୁ ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଚୁନରା ସେବକଙ୍କ ସହଯୋଗ କାମନା କରିବା ସହ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ।




