ବାତ୍ୟା ପ୍ରଭାବରେ ରାଜ୍ୟରେ ୨ ଦିନ ମଧ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ସାରା ରାଜ୍ୟର ଅଧିକାଂଶ ଜିଲ୍ଲାରେ ପଡିଛି । ବର୍ତ୍ତମାନ ପୂର୍ବ ଦିଗରୁ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ଫଳରେ ବଙ୍ଗୋପସାଗରରୁ ଆର୍ଦ୍ରତା ଆସୁଥିବା ବେଳେ ରାଜ୍ୟରେ ପାଗ ମେଘୁଆ ସହ ଆହୁରି ୨ ଦିନ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହେଉଥିବାବେଳେ କ୍ରମଶଃ ବାତ୍ୟାର ରୂପ ନେବାକୁ […]

Samaya Live Picture
Published On

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ସାରା ରାଜ୍ୟର ଅଧିକାଂଶ ଜିଲ୍ଲାରେ ପଡିଛି । ବର୍ତ୍ତମାନ ପୂର୍ବ ଦିଗରୁ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ଫଳରେ ବଙ୍ଗୋପସାଗରରୁ ଆର୍ଦ୍ରତା ଆସୁଥିବା ବେଳେ ରାଜ୍ୟରେ ପାଗ ମେଘୁଆ ସହ ଆହୁରି ୨ ଦିନ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହେଉଥିବାବେଳେ କ୍ରମଶଃ ବାତ୍ୟାର ରୂପ ନେବାକୁ ଯାଉଛି । ବାତ୍ୟାର ନାଁ ‘ଫେଙ୍ଗାଲ’ ରଖାଯାଇଥିବାବେଳେ ଏହା ତାମିଲନାଡୁ ଉପକୂଳରେ ମାଡ଼ହେବା ସମ୍ଭାବନା ରହିଛି। ତେବେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ଥିଲେ ମଧ୍ୟ ଅଧିକାଂଶ ଜିଲାରେ କୋହଲା ପାଗ ସହ ବର୍ଷା ଆରମ୍ଭ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ବାତ୍ୟା ଲାଗି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ, ଶ୍ରୀଲଙ୍କା ପୂର୍ବ ଉପକୂଳ, ତାମିଲନାଡୁ ଉପକୂଳବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଥିବାବେଳେ ଓଡ଼ିଶା ଉପକୂଳକୁ କୌଣସି ସତର୍କ ସୂଚନା ନାହିଁ। ତେବେ ରାଜ୍ୟରେ

୩୦ ତାରିଖ ଦିନ ରାଜ୍ୟରେ ୧୧ ଜିଲ୍ଲାରେ ପାଗ କୋହୋଲା ରହିବା ସହିତ ସାମାନ୍ୟ ବର୍ଷା ହେବା ନେଇ ସୂଚନା ରହିଛି । ସେଗୁଡିକ ହେଉଛି ଗୁଡ଼ିକ ହେଉଛି ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, କଟକ, କନ୍ଧମାଳ, କୋରାପୁଟ, ରାୟଗଡା, ମାଲକାନାଗିରି, ନୟାଗଡ଼, ଗଞ୍ଜାମ ଓ ଗଜପତି।

ସେହିପରି ୨ ତାରିଖରେ ମଧ୍ୟ ୯ ଜିଲ୍ଲାରେ ବର୍ଷା ଲାଗି ରହିବ । ଜିଲ୍ଲା ଗୁଡ଼ିକ ଦେଉଛି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର । ଆଗାମୀ ୩ ରୁ ୪ ଦିନ ପାଇଁ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଅନ୍ୟପଟେ ଭୁବନେଶ୍ବରରେ ସର୍ବାଧିକ ୨୮.୦ ଡିଗ୍ରୀ ଓ ସର୍ବନିମ୍ନ ୨୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କଟକରେ ସର୍ବାଧିକ ୨୬.୮ ଡିଗ୍ରୀ ଓ ସର୍ବନିମ୍ନ ୧୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Tags: