ଧର୍ମ ପରିବର୍ତ୍ତନ ଯୋଗୁଁ ,ସତ୍କାର ନହୋଇ ପଡି ରହିଛି ଶବ

ନବରଙ୍ଗପୁର : ଜୀବନ ଯିବା ପରେ ମଧ୍ୟ ଲାଗି ରହିଛି ବିବାଦ । ମୃତ୍ୟୁ ପରେ ବି ହଟୁନି ସାମାଜିକ କଟକଣା । ମୃତଦେହ କୁ ମିଳି ନାହିଁ ଚାରି କାନ୍ଧ । ଫଳରେ ସତ୍କାର ନହୋଇ ୩୦ ଘଣ୍ଟା ଧରି ପଡି ରହିଛି ଶବ । ଧର୍ମ ପରିବର୍ତ୍ତନ କାରଣରୁ ଗାଁ ଶ୍ମଶାନରେ ଶବ ସତ୍କାର କରାଇ ଦେଉ ନାହାନ୍ତି ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ […]

Samaya Live Picture
Published On

ନବରଙ୍ଗପୁର : ଜୀବନ ଯିବା ପରେ ମଧ୍ୟ ଲାଗି ରହିଛି ବିବାଦ । ମୃତ୍ୟୁ ପରେ ବି ହଟୁନି ସାମାଜିକ କଟକଣା । ମୃତଦେହ କୁ ମିଳି ନାହିଁ ଚାରି କାନ୍ଧ । ଫଳରେ ସତ୍କାର ନହୋଇ ୩୦ ଘଣ୍ଟା ଧରି ପଡି ରହିଛି ଶବ । ଧର୍ମ ପରିବର୍ତ୍ତନ କାରଣରୁ ଗାଁ ଶ୍ମଶାନରେ ଶବ ସତ୍କାର କରାଇ ଦେଉ ନାହାନ୍ତି ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ସଦର ମହକୁମାଠାରେ । ଧର୍ମ ପରିବର୍ତନ କରିଥିବା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସଂସ୍କାର ପାଇଁ ଶ୍ମଶାନ ମିଳୁନଥିବା ଦେଖିବାକୁ ମିଳିଛି ।

ଗତକାଲି ଠାରୁ ମୃତ୍ୟୁ ଘଟିଥିଲେ ମଧ୍ୟ ଘରେ ପଡିରହିଛି ମୃତଦେହ । ଆଉ ବାହାରେ ସଜା ସରିଛି କୋକେଇ । ଏପଟେ କାନ୍ଦି କାନ୍ଦି ପରିବାର ଲୋକ ନାକେଦମ୍ । କାହିଁକିନା ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ମନା ହୋଇଛି ଶ୍ମଶାନ । ଯାହାଫଳରେ ସତ୍କାର ନହୋଇ ଘରେ ପଡିରହିଛି ମୃତଦେହ । କଣ କରିବେ କିଛି ବି ବୁଝିପାରୁନାହାନ୍ତି ଏହି ପରିବାର ଲୋକେ ।

ସୂଚନାନୁସାରେ,ଗତ ୨ ବର୍ଷ ପୂର୍ବରୁ ପଣ୍ଦିକୋଟ ଗାଁର ଡ଼ମୁ ଯାନୀ ନିଜ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ । ଗାଁରେ ଆଉ ୪/୫ ଟି ପରିବାର ଖ୍ରୀଷ୍ଟିଆନ ଧର୍ମ ନେଇଥିଲେ ମଧ୍ୟ ସେମାନଙ୍କ ଶବ ସତ୍କାର ପାଇଁ କୌଣସି ଠିକଣା ଜାଗା ନାହିଁ । ତେଣୁ ସୋମବାର ଠାରୁ ଡ଼ମୁ ଯାନୀଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ପଣ୍ଦିକୋଟ ଗ୍ରାମବାସୀ ତାଙ୍କ ଶବ ସତ୍କାର ପାଇଁ ଗାଁ ମଶାଣିରେ ସ୍ଥାନ ଦେଇନାହାନ୍ତି । ଏନେଇ ଡମୁ ଯାନୀଙ୍କ ପରିବାର ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ।

ତେବେ ଏନେଇ ପ୍ରଶାସନ ନିକଟରେ ଖବର ପହଁଚିବା ପରେ ଅତରିକ୍ତ ତହସିଲଦାର ସସ୍ମିତା ଜେନା, ଏସଡିପିଓ ମିନାକ୍ଷୀ ଠାକୁର, ଥାନା ଅଧିକାରୀ ଦୀପକ କୁମାର ଜେନା, ରାଜସ୍ୱ ନିରୀକ୍ଷକ ଅର୍ଜୁନ ମାଝୀ ଘଟଣାସ୍ଥଳ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ହିନ୍ଦୁ ମାନଙ୍କ ଶ୍ମଶାନରେ ଅନ୍ୟ ଧର୍ମର ମୃତଶରୀର ସତ୍କାର ହୋଇପାରିବ ନାହିଁ ବୋଲି ଗ୍ରାମବାସୀ ସିଧାସିଧା ମନାକରି ଦେଇଥିଲେ । ଫଳରେ ପ୍ରାୟ ୩୦ ଘଣ୍ଟାରୁ ଉର୍ଦ୍ଧ୍ୱ ହେବ ଶବ ଘରେ ପଡିରହିଛି । ଅନ୍ୟପଟେ ପଡ଼ିଶାରେ ଶବ ପଡି ରହିଥିବାରୁ ସାହିରେ ଘରେ ଘରେ ରନ୍ଧା ମଧ୍ୟ ବନ୍ଦ ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପ୍ରଶାସନ ସହିତ ଗ୍ରାମବାସୀଙ୍କ ଆଲୋଚନା ଜାରି ରହିଛି ।

Tags: