‘ସେବା ଏକ୍ସପ୍ରେସ୍‌’ ରେ ଯାନ୍ତ୍ରିକ ତ୍ରୁଟି ,ବିଳମ୍ବ ଯୋଗୁଁ ଷ୍ଟେସନରେ ଚାପା ଉତ୍ତେଜନା

ନୟାଗଡ଼ : ନୟାଗଡ଼ ଟାଉନ ଷ୍ଟେସନରେ ଅଟକିଲା ନୟାଗଡ଼ରୁ ଭୁବନେଶ୍ବର ଚାଲୁଥିବା ମେମୁ ଟ୍ରେନ୍‌ I ଇଂଜିନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁଣି ଥରେ ସାଂଘାତିକ ସମସ୍ୟା ସୃଷ୍ଟି ହୋଇଛି। ଏହାକୁ ନେଇ ଆଜି ସକାଳୁ ଷ୍ଟେସନ ରେ ଚାପା ଉତ୍ତେଜନା ଦେଖାଯାଇଛି। ସୂଚନାନୁସାରେ,ଆଜି ସକାଳ ୬ଟା ୪୫ରେ ଟ୍ରେନ୍ ଛାଡ଼ିବା ପାଇଁ ନିର୍ଦ୍ଧାରିତ ଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଠିକ୍‌ ସମୟରେ ଟ୍ରେନ୍‌ଟି ଭୁବନେଶ୍ବର ଅଭିମୁଖେ ଗଡ଼ିପାରି ନଥିଲା। ପ୍ରାୟ ୨ ଘଣ୍ଟାରୁ […]

Samaya Live Picture
Published On

ନୟାଗଡ଼ : ନୟାଗଡ଼ ଟାଉନ ଷ୍ଟେସନରେ ଅଟକିଲା ନୟାଗଡ଼ରୁ ଭୁବନେଶ୍ବର ଚାଲୁଥିବା ମେମୁ ଟ୍ରେନ୍‌ I ଇଂଜିନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁଣି ଥରେ ସାଂଘାତିକ ସମସ୍ୟା ସୃଷ୍ଟି ହୋଇଛି। ଏହାକୁ ନେଇ ଆଜି ସକାଳୁ ଷ୍ଟେସନ ରେ ଚାପା ଉତ୍ତେଜନା ଦେଖାଯାଇଛି।

ସୂଚନାନୁସାରେ,ଆଜି ସକାଳ ୬ଟା ୪୫ରେ ଟ୍ରେନ୍ ଛାଡ଼ିବା ପାଇଁ ନିର୍ଦ୍ଧାରିତ ଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଠିକ୍‌ ସମୟରେ ଟ୍ରେନ୍‌ଟି ଭୁବନେଶ୍ବର ଅଭିମୁଖେ ଗଡ଼ିପାରି ନଥିଲା। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଷ୍ଟେସନରେ ଅଚଳ ଅବସ୍ଥାରେ ରହିବା ପରେ ଟ୍ରେନ୍‌ଟି ସକାଳ ୯ଟାରେ ଭୁବନେଶ୍ବର ଅଭିମୁଖେ ଗଡ଼ିଥିଲା। ତେବେ ଦୀର୍ଘ ସମୟ ଧରି ଟ୍ରେନ୍ ଷ୍ଟାର୍ଟ ହୋଇ ନଥବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଘଟଣାକୁ ନେଇ ଷ୍ଟେସନ ମାଷ୍ଟରଙ୍କୁ ଲୋକେ ଘେରି ପାଟିତୁଣ୍ଡ କରିଥିଲେ। ଟିକେଟ କ୍ୟାନସେଲେସନ ପାଇଁ ଷ୍ଟେସନ ମାଷ୍ଟର ରାଜି ନହେବାରୁ ଷ୍ଟେସନ ଭିତରେ ଚାପା ଉତ୍ତେଜନା ଦେଖା ଦେଇଥିଲା I ତେବେ ଲଗାତାର ଭାବେ ତିନି ମାସ ଧରି ଏଭଳି ସମସ୍ୟା ସୃଷ୍ଟି ହେଉଥିବା ବେଳେ ରେଳ ବିଭାଗ ଅପାରଗତା ଓ କର୍ମଚାରୀଙ୍କୁ ଦାୟୀ କରିଛନ୍ତି। ସୂଚନାଯୋଗ୍ୟ, ଗତ ୧ ତାରିଖ ଦିନ ନୂଆଗାଁ ରୋଡ଼ରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନଟି ନୂଆଗାଁ ଜଙ୍ଗଲ ମଧ୍ୟରେ ଅଚଳ ହୋଇ ଯାଇଥିଲା।

ଅନ୍ୟପଟେ,ପୁରୀ ଟ୍ରେନକୁ ୭ ଟାରେ ଯିବାକୁ ଥିବା ବେଳେ ୮ ଟାରେ ୨ ନମ୍ବର ଟ୍ରାକରେ ଛଡାଯିବା ପାଇଁ ବ୍ୟବସ୍ଥା ହୋଇଥିଲା। ଏଭଳି ସମସ୍ୟାକୁ ନେଇ ଶହ ଶହ ଯାତ୍ରୀ ଫେରି ଯାଇଥିବା ବେଳେ ଅନେକ ଯାତ୍ରୀ ଷ୍ଟେସନ୍ କାର୍ଯ୍ୟାଳୟରେ ହୋହାଲ କରିଥିଲେ।

Tags: