ଆଶିଷ ସିଂ ଙ୍କ ପରେ କେନ୍ଦ୍ରୀୟ ଡେପୁଟେସନ ରେ ଯିବେ ଡି.ଏସ କୁଟ୍ଟେ
ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଯିବେ ଓଡ଼ିଶା ପୋଲିସର ଅନ୍ୟତମ ଚର୍ଚ୍ଚିତ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ(ଡିଏସ କୁଟ୍ଟେ)। ତାଙ୍କୁ କେନ୍ଦ୍ର ସରକାର ବିଏସଏଫ ଆଇଜି ଭାବେ ନିଯୁକ୍ତ କରିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିସେମ୍ବର ୬ ତାରିଖରେ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖା ହୋଇଛି। ୧୯୯୭ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେ ଏବେ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଓଏସ୍ଡି ପଦବୀରେ ଅଛନ୍ତି। କୁଟ୍ଟେ ୨୦୨୮ ମସିହାରେ ଅବସର ଅଥବା […]
ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଯିବେ ଓଡ଼ିଶା ପୋଲିସର ଅନ୍ୟତମ ଚର୍ଚ୍ଚିତ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ(ଡିଏସ କୁଟ୍ଟେ)। ତାଙ୍କୁ କେନ୍ଦ୍ର ସରକାର ବିଏସଏଫ ଆଇଜି ଭାବେ ନିଯୁକ୍ତ କରିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିସେମ୍ବର ୬ ତାରିଖରେ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖା ହୋଇଛି।
୧୯୯୭ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେ ଏବେ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଓଏସ୍ଡି ପଦବୀରେ ଅଛନ୍ତି। କୁଟ୍ଟେ ୨୦୨୮ ମସିହାରେ ଅବସର ଅଥବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଏସଏଫ ଆଇଜି ପଦରେ ରହିବେ ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି। ଡିଏସ କୁଟ୍ଟେଙ୍କୁ ବିଜେଡି ଦଳ ପ୍ରତି ବିଶ୍ଵସ୍ତ ଥିବା କୁହାଯାଉଥିଲା। ଏପରିକି ଦଳୀୟ କାମରେ କୁଟ୍ଟେଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହୁଥିବା ସେହି ସମୟରେ ଅଭିଯୋଗ ହୋଇଥିଲା ।
ଏହା ପୂର୍ବରୁ ୨୦୦୪ ବ୍ୟାଚ୍ର ଆଇପିଏସ୍ ଆଶିଷ କୁମାର ସିଂହ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯିବେ। ଆଶିଷ ସିଂହଙ୍କୁ ଇଣ୍ଡୋ ତିବ୍ବତିଆନ ବର୍ଡର ପୋଲିସ(ଆଇଟିବିପି)ର ଆଇଜି ଭାବେ ନିଯୁକ୍ତ କରାଯାଇଛି। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାନୁସାରେ, ଡି.ଏସ.କୁଟ୍ଟେ ଏବଂ ଆଶିଷ ସିଂ ଚଳିତ ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେଡି ଦଳ ସପକ୍ଷରେ କାର୍ଯ୍ୟ କରୁଥିବା ନେଇ ବିବାଦୀୟ ହୋଇପଡିଥିଲେ ।




