ରୋଗୀ ମୃତ୍ୟୁକୁ ନେଇ ମଦ୍ୟପ ଡାକ୍ତରଙ୍କୁ ପ୍ରବଳ ମାଡ଼
ବଲାଙ୍ଗୀର : ଚିକିତ୍ସାରେ ଅବହେଳାରୁ ରୋଗୀଙ୍କ ମୃତ୍ୟୁ। ଡ୍ୟୁଟିରେ ଅବହେଳା କରିଥିବାରୁ ମଦ୍ୟପ ଡାକ୍ତରଙ୍କୁ ପ୍ରବଳ ମାଡ଼ ମାରିଛନ୍ତି ରୋଗୀଙ୍କ ସମ୍ପର୍କୀୟ I ଘଟଣା ଘଟିଛି ବଲାଙ୍ଗିର ଭୀମଭୋଇ ମେଡିକାଲରେ। ରୋଗୀସେବାରେ ବିଳମ୍ବ ରେ ପହଞ୍ଚିଥିଲେ ଡ୍ୟୁଟିରେ ଥିବା ଡାକ୍ତର୍ ଆର.ଏନ.ଏସ ଦଳ ପତି ଏହାସହିତ ପ୍ରଚୁର ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ମେଡିକାଲରେ କିଛି ସମୟ ଧରି ଉତେଜନା ପ୍ରକାଶ ପାଇଥିଲା। ମଦ୍ୟପ ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଥିଲେ ମୃତ ରୋଗୀଙ୍କ ସମ୍ପର୍କୀୟ। ସୁରକ୍ଷା […]
ବଲାଙ୍ଗୀର : ଚିକିତ୍ସାରେ ଅବହେଳାରୁ ରୋଗୀଙ୍କ ମୃତ୍ୟୁ। ଡ୍ୟୁଟିରେ ଅବହେଳା କରିଥିବାରୁ ମଦ୍ୟପ ଡାକ୍ତରଙ୍କୁ ପ୍ରବଳ ମାଡ଼ ମାରିଛନ୍ତି ରୋଗୀଙ୍କ ସମ୍ପର୍କୀୟ I ଘଟଣା ଘଟିଛି ବଲାଙ୍ଗିର ଭୀମଭୋଇ ମେଡିକାଲରେ। ରୋଗୀସେବାରେ ବିଳମ୍ବ ରେ ପହଞ୍ଚିଥିଲେ ଡ୍ୟୁଟିରେ ଥିବା ଡାକ୍ତର୍ ଆର.ଏନ.ଏସ ଦଳ ପତି ଏହାସହିତ ପ୍ରଚୁର ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ମେଡିକାଲରେ କିଛି ସମୟ ଧରି ଉତେଜନା ପ୍ରକାଶ ପାଇଥିଲା। ମଦ୍ୟପ ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଥିଲେ ମୃତ ରୋଗୀଙ୍କ ସମ୍ପର୍କୀୟ। ସୁରକ୍ଷା କର୍ମୀ ମାନେ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ କବଳରୁ ଉଦ୍ଧାର କରିଥିଲେ।
ସୂଚନାନୁସାରେ,ଗତକାଲି ବଲଆ କନ୍ଦପାଲି ପଡାର ନିକୁ ବାରିକ ନାମକ ଜଣେ ଲିଭର ରୋଗୀଙ୍କୁ ସମ୍ପର୍କୀୟ ମାନେ ବଲାଙ୍ଗୀର ସନ୍ଥ ଭୀମଭୋଇ ହସ୍ପିଟାଲକୁ ଆଣିଥିଲେ I ନିକୁଙ୍କୁ ରକ୍ତ ଆବଶ୍ୟକ ବୋଲି ସମ୍ପର୍କୀୟଙ୍କୁ କୁହାଯାଇଥିଲା। ନିକୁଙ୍କ ସମ୍ପର୍କୀୟ ରକ୍ତ ଆଣି ୩ ଘଣ୍ଟା ଧରି ଅପେକ୍ଷା କରିଥିଲେ। ହେଲେ ନିକୁଙ୍କୁ ରକ୍ତ ଦିଆଯିବାରେ ବିଳମ୍ବ ହୋଇଥିଲା। ଏହି ସମୟରେ ଡ୍ୟୁଟିରେ ଥିବା ଡାକ୍ତର ଆର ଏନ ଦଳପତି ପ୍ରଚୁର ମଦ୍ୟପାନ କରି ଶୋଇ ପଡିବା ସହିତ ରୋଗୀସେବାରେ ବିଳମ୍ବରେ ପହଞ୍ଚିଥିଲେ I କିନ୍ତୁ ସେତେବେଳକୁ ରୋଗୀଙ୍କର ମୃତ୍ୟୁ ଘଟିସାରିଥିଲା I ଏହି ଘଟଣାରେ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା Iଡାକ୍ତରଙ୍କ ଅବହେଳାରୁ ରୋଗୀର ଜୀବନ ଗଲା ବୋଲି ମୃତକ ରୋଗୀଙ୍କ ପରିବାର ଲୋକେ ଅଭିଯୋଗ କରିବା ସହିତ ମଦ୍ୟପ ଡାକ୍ତରଙ୍କୁ ପ୍ରବଳ ଛେଚିଥିଲେ । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।




