ଜିଅନ୍ତା ନାଗକୁ ଚୋବାଇ ମଦ୍ୟପ ଗୁରୁତର
ବଲାଙ୍ଗୀର : ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ତ । ନିଶାସକ୍ତ ଅବସ୍ଥାରେ ଜୀଅନ୍ତା ନାଗକୁ ଚୋବାଇ ଖାଇ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତେତେଲ ଖୁଣ୍ଟି ଗାଁରେ । ତେବେ ନିଶାସକ୍ତ ଅବସ୍ଥାରେ ସାପକୁ ଧରି ଖେଳାଉଥିବାବେଳେ ତାଙ୍କୁ ସାପ କାମୁଡି ଦେଇଥିଲା । ଏହାପରେ ସେ ସାପଟିକୁ ପାଟିରେ ପୁରାଇ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ । ସୂଚନା ଅନୁସାରେ, ଗ୍ରାମର […]
ବଲାଙ୍ଗୀର : ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ତ । ନିଶାସକ୍ତ ଅବସ୍ଥାରେ ଜୀଅନ୍ତା ନାଗକୁ ଚୋବାଇ ଖାଇ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତେତେଲ ଖୁଣ୍ଟି ଗାଁରେ । ତେବେ ନିଶାସକ୍ତ ଅବସ୍ଥାରେ ସାପକୁ ଧରି ଖେଳାଉଥିବାବେଳେ ତାଙ୍କୁ ସାପ କାମୁଡି ଦେଇଥିଲା । ଏହାପରେ ସେ ସାପଟିକୁ ପାଟିରେ ପୁରାଇ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ ।
ସୂଚନା ଅନୁସାରେ, ଗ୍ରାମର ପ୍ରେମା ଭୋଇ(୪୫) ନିଶାସକ୍ତ ଅବସ୍ଥାରେ ଏକ ନାଗକୁ କାମୁଡ଼ି ଦେଇଥିଲେ । ନିକଟରେ ଥିବା ଲୋକଙ୍କ କହିବା ମୁତାବକ, ପ୍ରେମା ସାପକୁ ଧରି ଖେଳିବା ସହ ପାଟିରେ କାମୁଡ଼ି ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ। ସାପ ତାଙ୍କୁ ଚୋଟ ମାରିଥିଲା। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ନେଇଥିଲେ। ଜୀବନ୍ତ ନାଗ ଖାଇଥିବାରୁ ବିଷକ୍ରିୟା ହୋଇପାରେ ବୋଲି ତୁରନ୍ତ ଡାକ୍ତର ତାଙ୍କର ଚିକିତ୍ସା ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ। ତେବେ ବର୍ତ୍ତମାନ ସେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡିଛି ।




