ଭିକ୍ଷୁକଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ମଦ୍ୟପ
ଭଞ୍ଜନଗର : ନିଶାଶକ୍ତଙ୍କ ନାରକୀୟ କାଣ୍ଡ । ଜଣେ ଭିକ୍ଷୁକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି ୨ ମଦ୍ୟପ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୋଛା ପଞ୍ଚାୟତ ସ୍ଵର୍ଗଦ୍ଵାର ଗାଁ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସିଙ୍ଗିପୁର ଗାଁର ଶିଶିର ମୁନୀ । ସେ ଗାଁରେ ରହି ଭିକ୍ଷାବୃତ୍ତି କରୁଥିଲେ । ସୂଚନା ମୁତାବକ ଆଜି ଭୋର୍ ସମୟରେ ଦୁଇ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଶିଶିରଙ୍କୁ ମଦ ପିଇବାକୁ […]
ଭଞ୍ଜନଗର : ନିଶାଶକ୍ତଙ୍କ ନାରକୀୟ କାଣ୍ଡ । ଜଣେ ଭିକ୍ଷୁକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି ୨ ମଦ୍ୟପ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୋଛା ପଞ୍ଚାୟତ ସ୍ଵର୍ଗଦ୍ଵାର ଗାଁ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସିଙ୍ଗିପୁର ଗାଁର ଶିଶିର ମୁନୀ । ସେ ଗାଁରେ ରହି ଭିକ୍ଷାବୃତ୍ତି କରୁଥିଲେ ।
ସୂଚନା ମୁତାବକ ଆଜି ଭୋର୍ ସମୟରେ ଦୁଇ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଶିଶିରଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲେ। ହେଲେ ସେ ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଠେଙ୍ଗାରେ ପିଟି ପିଟି ଶିଶିରଙ୍କୁ ହତ୍ୟା କରିଥିଲେ ମଦ୍ୟପ । ଆଜି ଭୋର୍ ସମୟରେ ସ୍ଥାନୀୟ ଲୋକ ସୂଚନା ଦେବା ପରେ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ଥାନାରେ ରଖି ପଚରା ଉଚରା କରୁଥିବାର ସୂଚନା ମିଳିଛି ।




