ମଦ ପିଇ ଗାଡି ଚଳାଇଲେ ସିଧା ଜେଲ

ଭୁବନେଶ୍ୱର : କମିଶନରେଟ ପୋଲିସର ମଦୁଆ ଡ୍ରାଇଭରଙ୍କୁ ସାବIଡ଼ ଅଭିଯାନ I ମଦ ପିଇ ଗାଡ଼ି ଚଳାଇଲେ ସିଧା ଜେଲ୍ ଯିବେ ଡ୍ରାଇଭର । ସାରା ରାଜ୍ୟରେ ଆଜିଠାରୁ ୩ ଦିନ ଧରି ଚାଲିବ ଚେକିଂ। ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡ଼ାକଡ଼ି ହେବ । ଧରାପଡ଼ିଲେ ଜୋରିମାନା ସହ ଜେଲ ପଠାଇ ଦିଆଯିବ ।ଏନେଇ ସୂଚନା ଦେଲେ ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର। ସୂଚନାନୁସାରେ,ସଡକ ଦୁର୍ଘଟଣା ହ୍ରାସ ପାଇଁ ସରକାରଙ୍କ ପକ୍ଷରୁ […]

Samaya Live Picture
Published On

ଭୁବନେଶ୍ୱର : କମିଶନରେଟ ପୋଲିସର ମଦୁଆ ଡ୍ରାଇଭରଙ୍କୁ ସାବIଡ଼ ଅଭିଯାନ I ମଦ ପିଇ ଗାଡ଼ି ଚଳାଇଲେ ସିଧା ଜେଲ୍ ଯିବେ ଡ୍ରାଇଭର । ସାରା ରାଜ୍ୟରେ ଆଜିଠାରୁ ୩ ଦିନ ଧରି ଚାଲିବ ଚେକିଂ। ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡ଼ାକଡ଼ି ହେବ । ଧରାପଡ଼ିଲେ ଜୋରିମାନା ସହ ଜେଲ ପଠାଇ ଦିଆଯିବ ।ଏନେଇ ସୂଚନା ଦେଲେ ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର।

ସୂଚନାନୁସାରେ,ସଡକ ଦୁର୍ଘଟଣା ହ୍ରାସ ପାଇଁ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ଏପ୍ରିଲ ମାସ ପ୍ରଥମ ସପ୍ତାହକୁ ‘ଜିରୋ କାଜୁଆଲିଟି’ ସପ୍ତାହ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପରିବହନ ବିଭାଗର କଡ଼ା ଆଭିମୁଖ୍ୟ ରଖିଥିବା ସେ ସୂଚନା ଦେଇଛନ୍ତି । ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।

ବିଶେଷକରି ଦ୍ରୁତଗତିରେ ଗାଡି ଚଳାଉଥିବା ଓ ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରମାନଙ୍କୁ ଧରି ସେମାନଙ୍କ ଲାଇସେନ୍ସ ରଦ୍ଦ ସହିତ ଆର୍ଥିକ ଦଣ୍ଡ ମଧ୍ୟ ଲଗାଯାଉଛି । ଦୁର୍ଘଟଣାପ୍ରବଣ ରାସ୍ତାରେ ରାଜପଥ ପାଟ୍ରୋଲିଂକୁ କଡାକଡି କରାଯାଉଛି ।

Tags: