ନଦୀରେ ବୁଡି ଦୁଇ ଯୁବକ ମୃତ

ସମୟ ଲାଇଭ୧୩/୩( ସୁବାସ ସାମଲ ) : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ନିକଟରେ ସକାଳୁ ସକାଳୁ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଚିତ୍ରୋତ୍ପଳା ନଦୀ ରେ ଗାଧୋଇବାପାଇଁ ଯାଇଥିବା ଦୁଇ ଯୁବକ ନଦୀ ଜଳରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଖୋଜାଖୋଜି କରିବାର କିଛି ସମୟପରେ ଦୁଇ ଯୁବକଙ୍କୁ ଚେତା ଶୁନ୍ୟ ଅବସ୍ଥା ରେ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ପାଟକୁରା ମେଡିକାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା, ହେଲେ […]

Samaya Live Picture
Published On

ସମୟ ଲାଇଭ୧୩/୩( ସୁବାସ ସାମଲ ) : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ନିକଟରେ ସକାଳୁ ସକାଳୁ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଚିତ୍ରୋତ୍ପଳା ନଦୀ ରେ ଗାଧୋଇବାପାଇଁ ଯାଇଥିବା ଦୁଇ ଯୁବକ ନଦୀ ଜଳରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଖୋଜାଖୋଜି କରିବାର କିଛି ସମୟପରେ ଦୁଇ ଯୁବକଙ୍କୁ ଚେତା ଶୁନ୍ୟ ଅବସ୍ଥା ରେ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ପାଟକୁରା ମେଡିକାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଜିଲ୍ଲାର ଇରାନ ଅଲ୍ଲୀ(୧୫) ଓ ଅନ୍ୟ ଜଣଙ୍କ ମୁମ୍ବାଇର ବାସିନ୍ଦା ବୋଲି ଜଣାପଡିଛି।

Tags: