ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ

ନୟାଗଡ: ନୟାଗଡରେ ମହାମହିମ । କଣ୍ଟିଲୋ ଯାଇ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ। ନୀଳମାଧବଙ୍କୁ ଦର୍ଶନ ପରେ ବିଶ୍ବାବସୁଙ୍କ ଗାଁ କାଳିଆପଲ୍ଲୀ ଯାଇଛନ୍ତି। କାଳିଆପଲ୍ଲୀରେ ଶବର ସମାଜର ଯଜ୍ଞରେ ଆହୂତି ଦେଇ ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ଏହାପରେ ବିଶ୍ୱାବସୁଙ୍କ ତପସ୍ୟା ସ୍ଥଳକୁ ଯାଇ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ଫେରି ଭୁବନେଶ୍ବର ରାଜଭବନରେ ରାତ୍ରିଯାପନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନୟାଗଡ଼ରେ ୩୦ ପ୍ଲାଟୁନ ପୋଲିସ ଓ ଭୁବନେଶ୍ବରରେ […]

Samaya Live Picture
Published On

ନୟାଗଡ: ନୟାଗଡରେ ମହାମହିମ । କଣ୍ଟିଲୋ ଯାଇ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ। ନୀଳମାଧବଙ୍କୁ ଦର୍ଶନ ପରେ ବିଶ୍ବାବସୁଙ୍କ ଗାଁ କାଳିଆପଲ୍ଲୀ ଯାଇଛନ୍ତି। କାଳିଆପଲ୍ଲୀରେ ଶବର ସମାଜର ଯଜ୍ଞରେ ଆହୂତି ଦେଇ ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ।

ଏହାପରେ ବିଶ୍ୱାବସୁଙ୍କ ତପସ୍ୟା ସ୍ଥଳକୁ ଯାଇ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ଫେରି ଭୁବନେଶ୍ବର ରାଜଭବନରେ ରାତ୍ରିଯାପନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନୟାଗଡ଼ରେ ୩୦ ପ୍ଲାଟୁନ ପୋଲିସ ଓ ଭୁବନେଶ୍ବରରେ ୧୨ ପ୍ଲାଟୁନ ପୋଲିସ ମୁତୟନ ହେବେ।

୩ ଡିସିପି ରାଙ୍କର ଅଫିସରଙ୍କ ସହ ୩ଜଣ ADCP , ୧୪ ଜଣ ଏସିପି , ୨୦ ଇନ୍ସପେକ୍ଟର ଏବଂ ୧୧୦ ସବ ଇନିସ୍ପେକ୍ଟର ନିୟୋଜିତ ହେବେ। ୨୫ ତାରିଖ ଦିନ ସେ ପୁଣି ଦିଲ୍ଲୀ ଫେରିଯିବେ।

Tags: