ଆଜି ସନ୍ଧ୍ୟା ସୁଦ୍ଧା ଡ୍ରାଇଭରଙ୍କ ସମସ୍ୟାର ସମାଧାନ ହେବ – ଯୋଗାଣମନ୍ତ୍ରୀ
ଭୁବନେଶ୍ୱର : ଡ୍ରାଇଭରଙ୍କ ଧର୍ମଘଟ ଯୋଗୁଁ ଆଜିଠୁ ସୃଷ୍ଟି ହୋଇପାରେ ପେଟ୍ରୋଲ ସଂକଟ । ପହଞ୍ଚି ପାରୁନି ପେଟ୍ରୋଲ ଟ୍ୟାଙ୍କର । ଆଜି ଅନେକ ଟାଙ୍କିରେ ପେଟ୍ରୋଲ ଡିଜେଲ ଖାଲି ହୋଇଯିବା ଆଶଂକା ରହିଛି । ଗତକାଲି ଠାରୁ ଏହାର ପ୍ରଭାବ ଆରମ୍ଭ ହୋଇଗଲାଣି । ରାତିରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ପେଟ୍ରୋଲ ସରିଯିବା ଆଶଂକାରେ ଭୁବନେଶ୍ବରର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଲାଗିଛି । ତେବେ ଏହାକୁ ନେଇ […]
ଭୁବନେଶ୍ୱର : ଡ୍ରାଇଭରଙ୍କ ଧର୍ମଘଟ ଯୋଗୁଁ ଆଜିଠୁ ସୃଷ୍ଟି ହୋଇପାରେ ପେଟ୍ରୋଲ ସଂକଟ । ପହଞ୍ଚି ପାରୁନି ପେଟ୍ରୋଲ ଟ୍ୟାଙ୍କର । ଆଜି ଅନେକ ଟାଙ୍କିରେ ପେଟ୍ରୋଲ ଡିଜେଲ ଖାଲି ହୋଇଯିବା ଆଶଂକା ରହିଛି । ଗତକାଲି ଠାରୁ ଏହାର ପ୍ରଭାବ ଆରମ୍ଭ ହୋଇଗଲାଣି । ରାତିରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ପେଟ୍ରୋଲ ସରିଯିବା ଆଶଂକାରେ ଭୁବନେଶ୍ବରର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଲାଗିଛି । ତେବେ ଏହାକୁ ନେଇ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପତ୍ର କହିଛନ୍ତି,କେହି ପାନିକ ହୁଅନ୍ତୁ ନାହିଁ । ଟାଙ୍କି ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ତେଲ ମହଜୁଦ ଅଛି । ଆଜି ରାତି ସୁଦ୍ଧା ଡ୍ରାଇଭରଙ୍କ ସହ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ । ରାଜ୍ୟରେ ପେଟ୍ରୋଲ-ଡିଜେଲ ଅଭାବ କରାଇ ଦେବୁ ନାହିଁ ।
ଭୁବନେଶ୍ବରକୁ ୧୫୦ ତେଲ ଟ୍ୟାଙ୍କର ଆସିଛି। ସେହିପରି କଟକକୁ ୭୬ ତେଲ ଟ୍ୟାଙ୍କର ଆସିଛି। ରାଜ୍ୟରେ ଆବଶ୍ୟକ ପରିମାଣର ତେଲ ଅଛି। ସବୁ ସହରକୁ ତେଲ ଯୋଗାଇ ଦିଆଯିବ। ତେଲ କଳାବଜାରୀ ଜଣାପଡ଼ିଲେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ ଏଭଳି ବ୍ୟକ୍ତି ବିଶେଷ ସାବଧାନ ହୋଇଯାଆନ୍ତୁ ବୋଲି ଯୋଗାଣ ମନ୍ତ୍ରୀ ତାଗିଦ୍ କରିଛନ୍ତି।
ଅନ୍ୟପଟେ,ପେଟ୍ରୋଲ ଟ୍ୟାଙ୍କର ନପହଞ୍ଚିଲେ, ଆଜିଠୁ ସଂକଟ ସୃଷ୍ଟି ହେବ ବୋଲି ଆଶଂକା ପ୍ରକାଶ କରିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ।
ସୂଚନାନୁସାରେ,ତୃତୀୟ ଦିନରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ବସିଛନ୍ତି ଡ୍ରାଇଭର ସଂଘ । ୬ ଦଫା ଦାବି ନେଇ ଚାଲିଛି ଧର୍ମଘଟ । ଆଜି ବି ଗଡୁନି ବସ କି ଟ୍ରକ୍। ଫଳରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ପେଟ୍ରୋଲ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏକ ପ୍ରକାର ଠପ୍ ହୋଇଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବି ଆନ୍ଦୋଳନ ଜାରି ରହିଛି । କାରଣ ସରକାରଙ୍କଠାରୁ ଲିଖିତ ପ୍ରତଶୃତି ଆଶା କରୁଛି ଡ୍ରାଇଭର ସଂଘ । ତେଣୁ ଡ୍ରାଇଭର ସଙ୍ଘ ନିଜ ଜିଦରେ ଅଟଳ ରହିଛି।




