ଅମାନିଆ ଗାଡ଼ି ଚାଳକ ସାବଧାନ,ନିୟମ ଭାଙ୍ଗିଲେ ଏଣିକି ମୋଟା ଅଙ୍କର ତଣ୍ଡ ସହିତ ଜେଲ

ଭୁବନେଶ୍ୱର : କମିଶନରେଟ ପୁଲିସ ସ୍କାନରରେ ଅମାନିଆ ଗାଡ଼ି ଚାଳକ। ରାଜଧାନୀରେ ଟ୍ରାଫିକ ସିଗନାଲ ଭାଙ୍ଗିଲେ ତଣ୍ଡ ଗଣିବେ ଗାଡି ଚାଳକ। ଏଥିସହିତ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବାର ବି ଭୟ ରହିଛି। ଟ୍ରାଫିକ ସିଗନାଲ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ଭୁବନେଶ୍ୱର ଟ୍ରାଫିକ ପୋଲିସ କଡ଼ା ନିୟମ କରିଛି। ଯଦି ୟେଲୋ ଲାଇଟ ଥାଇ ଟ୍ରାଫିକରେ ଗାଡ଼ି କ୍ରସ କରନ୍ତି ତାହେଲେ ମୋଟା ଅଙ୍କର ଜରିମାନା ସହ ଭୋଗିବେ ଜେଲ ଦଣ୍ଡ। ଏନେଇ କମିଶନରେଟ ପୁଲିସ ପକ୍ଷରୁ […]

Samaya Live Picture
Published On

ଭୁବନେଶ୍ୱର : କମିଶନରେଟ ପୁଲିସ ସ୍କାନରରେ ଅମାନିଆ ଗାଡ଼ି ଚାଳକ। ରାଜଧାନୀରେ ଟ୍ରାଫିକ ସିଗନାଲ ଭାଙ୍ଗିଲେ ତଣ୍ଡ ଗଣିବେ ଗାଡି ଚାଳକ। ଏଥିସହିତ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବାର ବି ଭୟ ରହିଛି। ଟ୍ରାଫିକ ସିଗନାଲ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ଭୁବନେଶ୍ୱର ଟ୍ରାଫିକ ପୋଲିସ କଡ଼ା ନିୟମ କରିଛି। ଯଦି ୟେଲୋ ଲାଇଟ ଥାଇ ଟ୍ରାଫିକରେ ଗାଡ଼ି କ୍ରସ କରନ୍ତି ତାହେଲେ ମୋଟା ଅଙ୍କର ଜରିମାନା ସହ ଭୋଗିବେ ଜେଲ ଦଣ୍ଡ। ଏନେଇ କମିଶନରେଟ ପୁଲିସ ପକ୍ଷରୁ ଜୋରଦାର ବ୍ଲକିଙ୍ଗ ଓ ଚେକିଂ ସହ ଗଣ ମାଧ୍ୟମକୁ ଅବଗତ କରିଛି ଟ୍ରାଫିକ ପୁଲିସ।

ସେହିପରି ରାଜଧାନୀରେ ଟ୍ରାଫିକ ପୋଷ୍ଟର ରେଡ୍‌ ସିଗ୍‌ନାଲ ଡେଇଁଲେ ୩ ମାସ ଯାଏ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବା ସହ ସିଧାସଳଖ ଗାଡିକୁ କୋର୍ଟଚାଲାଣ କରାଯିବ। ଭୁବନେଶ୍ୱର ଟ୍ରାଫିକ ଡିସିପି ଏହି ସୂଚନା ଦେଇଛନ୍ତି। ଟ୍ରାଫିକ ସଚେତନତାକୁ ଜୋରଦାର କରିବାକୁ ଯାଇ କମିଶନରେଟ ପୋଲିସ ଏପରି ନୂଆ ଅଭିଯାନ ଆରମ୍ଭ କରିଛି ।

Tags: