ମୋଟ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ
ସମ୍ବଲପୁର : ଖୋଲିଲା ହୀରାକୁଦ ଡ୍ୟାମର ମୋଟ ୧୪ଟି ଗେଟ l ଆବଶ୍ୟକ ପଡିଲେ ଆଉ ଗେଟ ଖୋଲାଯିବ l ସୂଚନାନୁସାରେ ,ଲଘୁଚାପ ପ୍ରଭାବରେ ଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି l ବର୍ଷା ଯୋଗୁଁ ଗତକାଲି ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ ଖୋଲିଛି l ମୋଟ ୧୪ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ କରାଯାଉଥିବାବେଳେ ଆବଶ୍ୟକ ପଡ଼ିଲେ ଆଉ ଗେଟ୍ ଖୋଲାଯିବ l ମହାନଦୀ ଉପରମୁଣ୍ଡରେ […]
ସମ୍ବଲପୁର : ଖୋଲିଲା ହୀରାକୁଦ ଡ୍ୟାମର ମୋଟ ୧୪ଟି ଗେଟ l ଆବଶ୍ୟକ ପଡିଲେ ଆଉ ଗେଟ ଖୋଲାଯିବ l
ସୂଚନାନୁସାରେ ,ଲଘୁଚାପ ପ୍ରଭାବରେ ଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି l ବର୍ଷା ଯୋଗୁଁ ଗତକାଲି ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ ଖୋଲିଛି l ମୋଟ ୧୪ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ କରାଯାଉଥିବାବେଳେ ଆବଶ୍ୟକ ପଡ଼ିଲେ ଆଉ ଗେଟ୍ ଖୋଲାଯିବ l ମହାନଦୀ ଉପରମୁଣ୍ଡରେ ହାରାହାରି ୩୭ମିଲିମିଟର ବର୍ଷା ହୋଇଛି l ତଳମୁଣ୍ଡରେ ବର୍ଷା ନାହିଁ l ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ l




