ଡ. ଆଶିଷ ଘୋଷ ହେଲେ ଭୁବନେଶ୍ୱର IIITର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର : ଭୁବନେଶ୍ୱର ଟ୍ରିପଲ ଆଇଟିର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଡକ୍ଟର ଆଶିଷ ଘୋଷ । ତାଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ଡ. ଆଶିଷ ଘୋଷ ଏବେ କୋଲକାତା ସ୍ଥିତ ଇଣ୍ଡିଆନ୍‌ ଷ୍ଟାଟିସକାଲ୍‌ ଇନଷ୍ଟିଚ୍ୟୁଟର ଟେକନୋଲୋଜି ଇନୋଭେସନ୍‌ ହବ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ପ୍ରଫେସର ଅଛନ୍ତି । ୨୮ ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଛି । ୧୦ଟି ପୁସ୍ତକ ରଚନା କରିବା ସହ ୧୦ ଜଣ […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ଟ୍ରିପଲ ଆଇଟିର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଡକ୍ଟର ଆଶିଷ ଘୋଷ । ତାଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ।

ଡ. ଆଶିଷ ଘୋଷ ଏବେ କୋଲକାତା ସ୍ଥିତ ଇଣ୍ଡିଆନ୍‌ ଷ୍ଟାଟିସକାଲ୍‌ ଇନଷ୍ଟିଚ୍ୟୁଟର ଟେକନୋଲୋଜି ଇନୋଭେସନ୍‌ ହବ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ପ୍ରଫେସର ଅଛନ୍ତି । ୨୮ ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଛି । ୧୦ଟି ପୁସ୍ତକ ରଚନା କରିବା ସହ ୧୦ ଜଣ ପିଏଚ୍‌ଡି ସ୍କୋଲାରଙ୍କ ଗାଇଡ୍‌ ରହିଛନ୍ତି ଡକ୍ଟର ଆଶିଷ ଘୋଷ ।

Tags: