ରସୁଲପୁରରେ ଦବିଲା ଓଭର ବ୍ରିଜ

ଯାଜପୁର : ୧୬ ନମ୍ବର ଜାତୀୟ ରାଜପଥ ଯାଜପୁର ଜିଲ୍ଲା ରସୁଲପୁରରେ ଦବିଲା ଓଭର ବ୍ରିଜ I ବ୍ରିଜ୍‌ ଦବିବା ଯୋଗୁ ସେହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି । ତେବେ ଏଥିରୁ ଅଳ୍ପକେ ବର୍ତିଛନ୍ତି ଏକାଧିକ ବସ ଓ ଟ୍ରକ। ପୋଲର କୁଆଖିଆ ଛକ ଆଡ଼କୁ ଶେଷ ପିଲାର ଯୋଡ଼ ନିକଟରୁ ଖସିଯାଇଛି। ବାଲେଶ୍ବର ଓ ଯାଜପୁରରୁ କଟକକୁ ସଂଯୋଗ କରୁଥିବା ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ […]

Samaya Live Picture
Published On

ଯାଜପୁର : ୧୬ ନମ୍ବର ଜାତୀୟ ରାଜପଥ ଯାଜପୁର ଜିଲ୍ଲା ରସୁଲପୁରରେ ଦବିଲା ଓଭର ବ୍ରିଜ I ବ୍ରିଜ୍‌ ଦବିବା ଯୋଗୁ ସେହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି । ତେବେ ଏଥିରୁ ଅଳ୍ପକେ ବର୍ତିଛନ୍ତି ଏକାଧିକ ବସ ଓ ଟ୍ରକ। ପୋଲର କୁଆଖିଆ ଛକ ଆଡ଼କୁ ଶେଷ ପିଲାର ଯୋଡ଼ ନିକଟରୁ ଖସିଯାଇଛି। ବାଲେଶ୍ବର ଓ ଯାଜପୁରରୁ କଟକକୁ ସଂଯୋଗ କରୁଥିବା ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି ।

ଆଜି ଭୋରରୁ ଏହି ଅଘଟଣ ଘଟିଛି । ଏହି ପୋଲ ଦେଇ ପ୍ରତିଦିନ ହଜାର ହଜାର ଗାଡି ଯାଆସ କରିଥାଏ । ୭୦ ବର୍ଷର ପୁରୁଣା ପୋଲ ସୁଦୃଢ଼ ଥିବା ବେଳେ ୨୦୦୭ ମସିହାରେ ତିଆରି ହୋଇଥିବା ଏହି ପୋଲ ଭୁଶୁଡ଼ି ଯାଇଛି । ଏହାକୁ ନେଇ ନିମ୍ନମାନର କାମ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିବା ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ଖବର ପାଇ କୁଆଖିଆ ପୁଲିସ ରାସ୍ତାକୁ ସିଲ୍ କରିଥିବା ବେଳେ ଜମା ହୋଇଥିବା ଲୋକମାନଙ୍କୁ ନିୟନ୍ତ୍ରଣ କରୁଛି।

Tags: