ଭୁବନେଶ୍ୱରରେ ଚାଲିବ ଡବଲ ଡେକର ବସ

ଭୁବନେଶ୍ୱର : ଗ୍ରୀନ ଏନର୍ଜିଙ୍କୁ ପ୍ରୋତ୍ସାହନ । ଭୁବନେଶ୍ୱର ରାଜରାସ୍ତାରେ ଚାଲିବ ଡବଲ ଡେ଼କର ଇ-ବସ । ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ପ୍ରଥମ ପର୍ଯାୟରେ ଏହା ଭୁବନେଶ୍ୱର,କଟକ ଏବଂ ପୁରୀରେ ଗଡିବ । ପରବର୍ତ୍ତୀ ସମୟରେ ଏହା ଅନ୍ୟ ଜିଲ୍ଲା ଗୁଡିକରେ ଚାଲିବ । ୧୦ ବର୍ଷ ପାଇଁ ୫ ଟି ଇଲେକ୍ଟ୍ରୋନିକ ବସ ଚାଲିବା ନେଇ କୃଟ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ଏହା କେଉଁ କେଉଁ ରୁଟ ରେ ଚାଲିବ ଏହା ସ୍ପଷ୍ଟ […]

Samaya Live Picture
Published On

ଭୁବନେଶ୍ୱର : ଗ୍ରୀନ ଏନର୍ଜିଙ୍କୁ ପ୍ରୋତ୍ସାହନ । ଭୁବନେଶ୍ୱର ରାଜରାସ୍ତାରେ ଚାଲିବ ଡବଲ ଡେ଼କର ଇ-ବସ । ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ପ୍ରଥମ ପର୍ଯାୟରେ ଏହା ଭୁବନେଶ୍ୱର,କଟକ ଏବଂ ପୁରୀରେ ଗଡିବ । ପରବର୍ତ୍ତୀ ସମୟରେ ଏହା ଅନ୍ୟ ଜିଲ୍ଲା ଗୁଡିକରେ ଚାଲିବ । ୧୦ ବର୍ଷ ପାଇଁ ୫ ଟି ଇଲେକ୍ଟ୍ରୋନିକ ବସ ଚାଲିବା ନେଇ କୃଟ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ଏହା କେଉଁ କେଉଁ ରୁଟ ରେ ଚାଲିବ ଏହା ସ୍ପଷ୍ଟ ହୋଇନାହିଁ । ପ୍ରଥମେ ୧୦ ବର୍ଷ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବାବେଳେ ପରବର୍ତୀ ସମୟରେ ଏହାକୁ ଆଉ ୨ ବର୍ଷ ବୃଦ୍ଧି କରାଯାଇ ପାରିବ ।

Tags: