ରାସନ କାର୍ଡ ପାଇଁ ହେବ ଡୋର ଟୁ ଡୋର ସର୍ଭେ ,ଆୟକର ଦାତାଙ୍କର କାଟିବନି ରାସନ କାର୍ଡ
ଭୁବନେଶ୍ୱର : ରାସନ କାର୍ଡକୁ ନେଇ ଆସିଛି ଆଉ ଏକ ବଡ଼ ଖବର । ଏଣିକି ଆୟକର ଦାତାଙ୍କର କଟିବ ନାହିଁ ରାସନ କାର୍ଡ । ରାସନ କାର୍ଡ ପାଇଁ ହେବ ଡୋର ଟୁ ଡୋର ସର୍ଭେ । ଫିଜିକାଲି ସର୍ଭେ କରିବେ ରାଜ୍ୟ ସରକାର । ଏନେଇ ଲିଷ୍ଟ ସହ ଡୋର୍ ଟୁ ଡୋର୍ ବୁଲି ଭେରିଫେକସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭେରିଫିକେସନ ପରେ ନିଷ୍ପତ୍ତି ନିଆଯିବ କେଉଁମାନଙ୍କର ରାସନ କାର୍ଡ ରହିବ […]
ଭୁବନେଶ୍ୱର : ରାସନ କାର୍ଡକୁ ନେଇ ଆସିଛି ଆଉ ଏକ ବଡ଼ ଖବର । ଏଣିକି ଆୟକର ଦାତାଙ୍କର କଟିବ ନାହିଁ ରାସନ କାର୍ଡ । ରାସନ କାର୍ଡ ପାଇଁ ହେବ ଡୋର ଟୁ ଡୋର ସର୍ଭେ । ଫିଜିକାଲି ସର୍ଭେ କରିବେ ରାଜ୍ୟ ସରକାର । ଏନେଇ ଲିଷ୍ଟ ସହ ଡୋର୍ ଟୁ ଡୋର୍ ବୁଲି ଭେରିଫେକସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭେରିଫିକେସନ ପରେ ନିଷ୍ପତ୍ତି ନିଆଯିବ କେଉଁମାନଙ୍କର ରାସନ କାର୍ଡ ରହିବ ଓ କାହାର କଟିବ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ମନ୍ତ୍ରୀ କହିଛନ୍ତି,ଅଭିଯୋଗ ଆସୁଛି କି ଯେଉଁମାନେ ଆୟକର ଫାଇଲ୍ କରୁଛନ୍ତି । ସେମାନଙ୍କ କାର୍ଡ କଟିଯାଉଛି । କିନ୍ତୁ କାହାର କାର୍ଡ କଟିବନି । ଅଧିକାରୀଙ୍କ ପାଖକୁ ଲିଷ୍ଟ ଯାଇଛି । ସେମାନେ ଡୋର ଟୁ ଡୋର ବୁଲି ଦେଖିବେ । କାହାର ଆୟ କେତେ ଅଛି । ତାହାର ତର୍ଜମା ହେବ, ତାପରେ ଯାଇ କାର୍ଡ କଟିବ କି ରହିବ । ସେନେଇ ନିଷ୍ପତ୍ତି ନିଆଯିବ । ଏପିରିକି ଆଜିବି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି କାହାର ବି କାର୍ଡ କାଟନ୍ତୁ ନାହିଁ କି ଚାଉଳ ବନ୍ଦ କରନ୍ତୁ ନାହିଁ । ପ୍ରକୃତରେ ଯିବ ଗରିବ ଥିବା ତାଙ୍କର କାର୍ଡ ରହିବ । ଯଦି ଧନୀ ଲୋକ ଯଦି କାର୍ଡ ହାତେଇଥିବା, ତେବେ କଟିବ । ଆପଣମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି ଆପଣଙ୍କ କାର୍ଡ କଟିଯାଇଛି । ତେବେ ବିଭାଗକୁ ଜଣାନ୍ତୁ , ଘଟଣାର ତଦନ୍ତ କରି ସେମାନଙ୍କୁ ପୁନଃ ସାମିଲ କରାଯିବ । ତେବେ ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଓ ସହରାଞ୍ଚଳରେ ୧୫ ହଜାର ଆୟ ଥିଲେ କାର୍ଡ କାଟିବାକୁ ନିର୍ଦ୍ଦେଶ ଆସିଛି । ଆମେ ଦେଖୁଛି ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ। ସେଥିପାଇଁ ଫିଜିକାଲ ଭେରିଫିକେସନ ଚାଲିଛି।




