ମୋ ଝିଅର ମୃତ୍ୟୁକୁ ନେଇ ରାଜନୀତି କରନ୍ତୁ ନାହିଁ – ବାପା

ବାଲେଶ୍ବର : ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅନ୍ତିମସଂସ୍କାର ପରେ ତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସମସ୍ତଙ୍କୁ ଗୋଟିଏ ଅନୁରୋଧ ଦୟାକରି ମୋ ଝିଅର ମୃତ୍ୟୁକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ । ଘଟଣାକୁ ନେଇ ସରକାର ସମ୍ବେଦନଶୀଳ ଅଛନ୍ତି । ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଆହୁରି ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବେ । ଗତକାଲି ରାଷ୍ଟ୍ରପତି ୧୦ ମିନିଟ ମୋ ସହ ଆଲୋଚନା କରିଥିଲେ। ଝିଅ ବଞ୍ଚିବା ପାଇଁ ମଧ୍ୟ […]

ମୋ ଝିଅର ମୃତ୍ୟୁକୁ ନେଇ ରାଜନୀତି କରନ୍ତୁ ନାହିଁ – ବାପା
Samaya Live Picture
Published On

ବାଲେଶ୍ବର : ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅନ୍ତିମସଂସ୍କାର ପରେ ତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସମସ୍ତଙ୍କୁ ଗୋଟିଏ ଅନୁରୋଧ ଦୟାକରି ମୋ ଝିଅର ମୃତ୍ୟୁକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ । ଘଟଣାକୁ ନେଇ ସରକାର ସମ୍ବେଦନଶୀଳ ଅଛନ୍ତି । ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଆହୁରି ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବେ । ଗତକାଲି ରାଷ୍ଟ୍ରପତି ୧୦ ମିନିଟ ମୋ ସହ ଆଲୋଚନା କରିଥିଲେ। ଝିଅ ବଞ୍ଚିବା ପାଇଁ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥନା କରିଥିଲେ। ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ମୁଁ ଲଢ଼େଇ ଜାରି ରଖିବି। । ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଶ୍ବାସନା ଦେଇଛନ୍ତି । ଆମକୁ ଆଉ କେହି ମାନସିକ ଆଘାତ ଦିଅନ୍ତୁ ନାହିଁ ।

Tags: