ଭୟଭୀତ ନ ହୋଇ ରିଲିଫ ସେଣ୍ଟରକୁ ଆସନ୍ତୁ – ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁହାଁ ହୋଇଛି ବାତ୍ୟା ଦାନା । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ପ୍ରାୟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ‘ବାତ୍ୟା ଭିତରକନିକା ପାର୍ଶ୍ବ ଦେଇ ସାମାନ୍ୟ ରିକର୍ଭ କରିପାରେ’ । ‘ଯେଉଁ ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍‌ ହୋଇନି ଏପରି ଆକଳନ ଆସିବ । ଆଗାମୀ ୪୮ ଘଣ୍ଟା ଆମକୁ ବହୁତ କଷ୍ଟ କରିବାକୁ ପଡିବ । ପ୍ରଶାସନ, ପୋଲିସ ଓ ସ୍ଥାନୀୟ ପ୍ରତିନିଧି […]

Samaya Live Picture
Published On

ଭୁବନେଶ୍ୱର: ଓଡ଼ିଶା ମୁହାଁ ହୋଇଛି ବାତ୍ୟା ଦାନା । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ପ୍ରାୟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ‘ବାତ୍ୟା ଭିତରକନିକା ପାର୍ଶ୍ବ ଦେଇ ସାମାନ୍ୟ ରିକର୍ଭ କରିପାରେ’ । ‘ଯେଉଁ ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍‌ ହୋଇନି ଏପରି ଆକଳନ ଆସିବ । ଆଗାମୀ ୪୮ ଘଣ୍ଟା ଆମକୁ ବହୁତ କଷ୍ଟ କରିବାକୁ ପଡିବ । ପ୍ରଶାସନ, ପୋଲିସ ଓ ସ୍ଥାନୀୟ ପ୍ରତିନିଧି ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି । ଏପରି ଅନେକ ବାତ୍ୟା ଆସିଛି, ଯାହାକୁ ସଫଳତା ସହ ଓଡ଼ିଶା ସାମ୍ନା କରିଛି । ଭୟଭିତ ହୁଅନ୍ତୁ ନାହିଁ । ରିଲିଫ ସେଣ୍ଟରକୁ ପଳାଇ ଆସନ୍ତୁ । ଲମ୍ବା ସମୟ ଯାଏଁ ରିଲିଫ ସେଣ୍ଟରରେ ରହିବାକୁ ପଡ଼ିବ ନାହିଁ । ଯେଉଁ ଗାଁର ଲୋକେ ରିଲିଫ ସେଣ୍ଟରକୁ ଆସୁଛନ୍ତି ସେଠାରେ ଗାଁ ଜଗିଛନ୍ତି ପୋଲିସ । ବାତ୍ୟା ସମୟରେ ଭୟଭୀତ ନ ହୋଇ ମିଳିମିଶି ମୁକାବିଲା କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅପିଲ କରିଛନ୍ତି । ବାତ୍ୟା ପରେ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ ପରିମାଣରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଆଶ୍ଵସନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ୨୪ ତାରିଖଠାରୁ ନେଇ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଏହି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ବାତ୍ୟା ସମୟରେ କେହି ରାସ୍ତାରେ ନ ରହି ସୁରକ୍ଷିତ ସ୍ଥାନରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୬୫୦୦ ବାତ୍ୟା ଆଶ୍ରୟସ୍ଥଳୀରେ ରୁହନ୍ତୁ । ସେଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ବାତ୍ୟାର ପ୍ରକୋପ କମିବା ପରେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ନିଜ ଗାଁରେ ଛଡ଼ାଯିବ ।

ଏହା ସହିତ ଶ୍ରୀ ପୂଜାରୀ ଆହୁରି କହିଛନ୍ତି ଯେ ସହରାଞ୍ଚଳ ମଧ୍ୟ ଜଳମଗ୍ନ ହେବାର ସମ୍ଭାବନା ରହିଛି । ତେଣୁ ଜଳ ନିଷ୍କାସନର ବ୍ୟବସ୍ଥା ମଧ୍ୟ କରାଯାଇଛି । ପର୍ଯ୍ୟାପ୍ତ ପରିମାଣରେ ପମ୍ପ, ପେଟ୍ରୋଲ ଏବଂ ଡିଜେଲ ମହଜୁତ ରଖାଯାଇଛି । ୧୮-୧୯ଟି NDRF ଟିମ୍, ୫୧ଟି ଓଡ୍ରାଫ ଟିମ ଓ ୧୭୮ଟି ଅଗ୍ନିଶମ ଟିମ ମୁତୟନ ଅଛନ୍ତି ।

ସେହିପରି ବାତ୍ୟା ପରେ ପରବର୍ତ୍ତୀ ପଦକ୍ଷେପ ପାଇଁ ସରକାର ତାଙ୍କର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ବାତ୍ୟା ପରେ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଲୋକଙ୍କୁ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏ ହେଉଛି ଲୋକଙ୍କ ସରକାର, ଲୋକଙ୍କ ରକ୍ଷା କବଚ ହେଉଛି ସରକାର । ତେଣୁ ବାତ୍ୟାକୁ ମିଳିମିଶି ମୁକାବିଲା କରିବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।

Tags: