H3N2 ଭାଇରସକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ସତର୍କତା ଅବଲମ୍ବନ କରନ୍ତୁ : ନିରଞ୍ଜନ ମିଶ୍ର

ଭୁବନେଶ୍ୱର : ରାଜ୍ୟରେ H3N2 ସଂକ୍ରମଣକୁ ନେଇ ଭୟ ବଢିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ ପରେ ଏବେ ରାଜ୍ୟ ସରକାର ଏହାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। H3N2 ଇନ୍‌ଫ୍ଲୁଏଞ୍ଜା-ଏ ବର୍ଗରେ ଆସୁଥିବାବେଳେ ଏବେ ଇନଫ୍ଲୁଏଞ୍ଜା-ବି ମୁଣ୍ଡ ଟେକିଲାଣି। ଗତକାଲି ସୁଦ୍ଧା ଏକ ଘରୋଇ ଚିକିତ୍ସାଳୟରେ ୨ଜଣ ଇନଫ୍ଲୁଏଞ୍ଜା-ବିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ H3N2 ପାଇଁ ରାଜ୍ୟର ପ୍ରତି ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ କ୍ୟାପିଟାଲ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ H3N2 ସଂକ୍ରମଣକୁ ନେଇ ଭୟ ବଢିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ ପରେ ଏବେ ରାଜ୍ୟ ସରକାର ଏହାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। H3N2 ଇନ୍‌ଫ୍ଲୁଏଞ୍ଜା-ଏ ବର୍ଗରେ ଆସୁଥିବାବେଳେ ଏବେ ଇନଫ୍ଲୁଏଞ୍ଜା-ବି ମୁଣ୍ଡ ଟେକିଲାଣି। ଗତକାଲି ସୁଦ୍ଧା ଏକ ଘରୋଇ ଚିକିତ୍ସାଳୟରେ ୨ଜଣ ଇନଫ୍ଲୁଏଞ୍ଜା-ବିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ H3N2 ପାଇଁ ରାଜ୍ୟର ପ୍ରତି ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ କ୍ୟାପିଟାଲ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଦେଶରେ H3N2 ମାମଲା ବୃଦ୍ଧି ପାଇ ଚାଲିଥିବା ବେଳେ ଏ ନେଇ ନିଜର ମତ ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ତାଙ୍କ କହିବା ଅନୁସାରେ H3N2ର କୌଣସି ନିର୍ଦିଷ୍ଟ ଚିକିତ୍ସା ନାହିଁ।ସେ ଏ ସଂପର୍କରେ ଗଣମାଧ୍ୟମରେ କହିଛନ୍ତି କି ‘ଯାହାର ଅକ୍ସିଜେନ ସ୍ତର କମ୍‌ ରହୁଛି, ନିଶ୍ବାସ ନେବାରେ ସମସ୍ୟା ରହୁଛି କିମ୍ବା ଜ୍ବର ହେଉଛି ସେମାନେ ଡାକ୍ତରଙ୍କ ପରାମର୍ଶରେ ଆଣ୍ଟି ଭାଇରାଲ ମେଡିସିନ ଖାଆନ୍ତୁ। ଅଯଥାରେ ଆଣ୍ଟି ବାୟୋଟିକ କି ଷ୍ଟେରୋଏଡ଼ ଖାଆନ୍ତୁ ନାହିଁ। ଏଚ୍‌୩ଏନ୍‌୨ ଭାଇରସ ତିନି ମାସ ହେଲା ଅଛି,ଏହା ଏକ ଋତୁକାଳୀନ ଭାଇରସ୍‌। ମାର୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ଆଡ଼କୁ ଏହି ୱେଭ ସରିଯିବ। ଅନେକ ଲୋକ ଏଚ୍‌୩ଏନ୍‌୨ ଭାଇରସରେ ପୀଡିତ ଅଛନ୍ତି, ଟେଷ୍ଟିଙ୍ଗ କମ୍ ହେଉଥିବାରୁ ସଂଖ୍ୟା ବିଶେଷ ବଢୁନି, ଅଧିକ ଟେଷ୍ଟିଙ୍ଗ ହେଲେ ସଂଖ୍ୟା ବଢିବ।

କିଛି ଲୋକଙ୍କ ପାଇଁ ଏହା ଗୁରୁତର ସାବ୍ୟସ୍ତ ହୋଇପାରେ। ଛୋଟ ପିଲା,ବୟସ୍କ ଲୋକ, ଗର୍ଭବତୀ ମହିଳାଙ୍କୁ ଏହି ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି। ଲକ୍ଷଣ ଥିଲେ ମାସ୍କ ପିନ୍ଧନ୍ତୁ। ଯଦି କାଶ, ଜ୍ବର ରହୁଛି ଓ ଅକ୍ସିଜେନ ସ୍ତର କମ୍ ରହୁଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।’

Tags: