ଅତି ଖରାପ ଧାନ ଆଣନ୍ତୁନି – ମନ୍ତ୍ରୀ

ଭୁବନେଶ୍ୱର : ମଣ୍ଡିରେ ଧାନ ସଂଗ୍ରହକୁ ନେଇ ପରାମର୍ଶ ଦେଇଛନ୍ତ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଅତି ଖରାପ ଧାନ ନ ଆଣିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । FAQ ମାନର ଧାନ ଆଣିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ବର୍ଷା ଯୋଗୁଁ ଧାନର ରଙ୍ଗ ପରିବର୍ତ୍ତନ ହୋଇଥିଲେ ମଧ୍ୟ ନେବୁ । ଧାନ ସଂଗ୍ରହ ଠିକ୍ ଚାଲିଛି। କାଁ ଭାଁ କେଉଁଠି ସମସ୍ୟା ହେଉଛି। କିଛି ନେତା ଲୋକଙ୍କୁ ଜାଣିଶୁଣି ଉସୁକାଉଛନ୍ତି। […]

Samaya Live Picture
Published On

ଭୁବନେଶ୍ୱର : ମଣ୍ଡିରେ ଧାନ ସଂଗ୍ରହକୁ ନେଇ ପରାମର୍ଶ ଦେଇଛନ୍ତ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଅତି ଖରାପ ଧାନ ନ ଆଣିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । FAQ ମାନର ଧାନ ଆଣିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ବର୍ଷା ଯୋଗୁଁ ଧାନର ରଙ୍ଗ ପରିବର୍ତ୍ତନ ହୋଇଥିଲେ ମଧ୍ୟ ନେବୁ । ଧାନ ସଂଗ୍ରହ ଠିକ୍ ଚାଲିଛି। କାଁ ଭାଁ କେଉଁଠି ସମସ୍ୟା ହେଉଛି। କିଛି ନେତା ଲୋକଙ୍କୁ ଜାଣିଶୁଣି ଉସୁକାଉଛନ୍ତି। ଭଲ ଧାନ ଆଣିଲେ ୨୪ ଘଣ୍ଟା ନୁହେଁ, ୧୨ ଘଣ୍ଟା ଭିତରେ ଟଙ୍କା ଦିଆଯିବ। କିନ୍ତୁ ଚାଷୀମାନେ ଏଫଏକ୍ୟୁ ମାନର ଧାନ ଆଣିବା ଦରକାର। ଧାନ ଅତି ଖରାପ ହୋଇଥିଲେ ସଂଗ୍ରହ କରାଯିବ ନାହିଁ। ଏହି ଖରାପ ଧାନ ମାକେର୍ଟରେ ଚାଲିବ ନାହିଁ। ଅନ୍ୟପକ୍ଷରେ ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଧାନ କ୍ଷେତ୍ରରେ ସରକାର କ୍ଷତିପୂରଣ ଦେଉଛନ୍ତି । ୨୩ ଲକ୍ଷ ମେଟ୍ରିକ ଟନ୍‌ ଧାନ ପାଇଁ ଟଙ୍କା ଦିଆ ସରିଲାଣି । କମ ଦାମରେ ଧାନ କିଣି ଗଛିତ ରଖିଲେ ଚଢ଼ାଉ କରାଯିବ । ଯେଉଁଠି କଳା ବଜାରୀ ହେଉଛି, ସେଠାରେ ତୁରନ୍ତ ଚଢ଼ାଉ ହେବ ବୋଲି ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।

ସେହିପରି ଆଳୁ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଯୋଗାଣ ମନ୍ତ୍ରୀ କହିଛନ୍ତି ଆଳୁରେ ଆମେ ସ୍ବୟଂ ସଂପୂର୍ଣ୍ଣ ହେବୁ । ଅପେକ୍ଷା କରନ୍ତୁ । ଦର ନିଶ୍ଚୟ କମିବ । ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ କିଛି ବିବାଦ ନାହିଁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ହିସାବରେ ନିୟମ କରୁଛନ୍ତି ଓ ଆମେ ଆମ ହିସାବରେ ନିୟମ କରୁଛୁ । ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ନ ଆସିବାରୁ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଉଛି। ଆଳୁ ଯୋଗାଣ ନେଇ ସେମାନଙ୍କ ସହ ଫାଇଟ୍ କରିବାକୁ ଚାହୁଁନୁ।

Tags: