ଆଜି ଠାରୁ ଚିଲିକାରେ ଆରମ୍ଭ ହେଲା ଡ଼ଲଫିନ ଗଣନା, ୩ ଦିନ ଧରି ଚାଲିବ

ବାଲୁଗାଁ : ପକ୍ଷୀ ଗଣନା ପଡ଼େ ଆଜିଠାରୁ ଚିଲିକାରେ ଡଲଫିନ୍‌ ଗଣନା ଆରମ୍ଭ ହୋଇଛି । ସକାଳ ୬ ଟାରୁ ସମଗ୍ର ଚିଲିକା ଅଞ୍ଚଳରେ ଚାଲିଛି ଗଣନା। ପ୍ରତିବର୍ଷ ଭଳି ଚଳିତ ବର୍ଷ ସମଗ୍ର ଚିଲିକା ଏରିଆରେ ଅର୍ଥାତ୍ ଚିଲିକା ବନ୍ୟପ୍ରାଣୀ ଡିଭିଜନ ବାଲୁଗାଁ ଅଧିନରେ ଥିବା ୨ ଟି ରେଞ୍ଜରେ ଏହି ଡଲଫିନ୍ ଗଣନା କରାଯାଉଛି । ଚିଲିକାରେ ଦେଖାଉଥିବା ବିରଳ ପ୍ରଜାତି ଇରାୱାଡି ଓ ଚିଲିକା ସମୁଦ୍ର ମୁହାଁଣରେ ଦେଖାଯାଉଥିବା ବଟଲ୍‌-ନୋଜ୍‌ ଡଲଫିନ୍‌ର ଗଣନା […]

Samaya Live Picture
Published On

ବାଲୁଗାଁ : ପକ୍ଷୀ ଗଣନା ପଡ଼େ ଆଜିଠାରୁ ଚିଲିକାରେ ଡଲଫିନ୍‌ ଗଣନା ଆରମ୍ଭ ହୋଇଛି । ସକାଳ ୬ ଟାରୁ ସମଗ୍ର ଚିଲିକା ଅଞ୍ଚଳରେ ଚାଲିଛି ଗଣନା। ପ୍ରତିବର୍ଷ ଭଳି ଚଳିତ ବର୍ଷ ସମଗ୍ର ଚିଲିକା ଏରିଆରେ ଅର୍ଥାତ୍ ଚିଲିକା ବନ୍ୟପ୍ରାଣୀ ଡିଭିଜନ ବାଲୁଗାଁ ଅଧିନରେ ଥିବା ୨ ଟି ରେଞ୍ଜରେ ଏହି ଡଲଫିନ୍ ଗଣନା କରାଯାଉଛି । ଚିଲିକାରେ ଦେଖାଉଥିବା ବିରଳ ପ୍ରଜାତି ଇରାୱାଡି ଓ ଚିଲିକା ସମୁଦ୍ର ମୁହାଁଣରେ ଦେଖାଯାଉଥିବା ବଟଲ୍‌-ନୋଜ୍‌ ଡଲଫିନ୍‌ର ଗଣନା କରାଯାଉଛି । ସାତପଡା ରେଞ୍ଜ ଇଲାକାରେ ୮ଟି ଟିମ୍‌ ଓ ବାଲୁଗାଁ ରେଞ୍ଜ ଇଲାକାରେ ୧୦ ଟିମ୍‌ ଏମିତି ମୋଟ୍‌ ୧୮ଟି ଟିମ୍‌ ଗଠନ କରାଯାଇଛି ।

ଦୁଇଟି ମାଧ୍ୟମରେ ଗଣନା କରାଯିବ । ନିୟୋଜିତ ବୋଟ ଉପରେ ରହି ଡଲଫିନ୍ ଗଣନା କରିବେ । ସେହିପରି ପାଣି ଭିତରେ ଏକ ଡିଭାଇସ୍ ସାହାଯ୍ୟରେ ଡଲଫିନକୁ ରେକର୍ଡ କରାଯିବ । ଏହା ପରେ ଉଭୟ ରିପୋର୍ଟକୁ ଅନୁଧ୍ୟାନ କରାଯିବା ପରେ ଡଲଫିନ୍ ସଂଖ୍ୟା ଜଣାପଡ଼ିବ ବୋଲି ଗଣନା ଟିମର ଜଣେ ସଦସ୍ୟ କହିଛନ୍ତି ।

ପ୍ରତି ଟିମ୍‌ରେ ୫ରୁ ୬ ଜଣ ଗଣନାକାରୀଙ୍କ ସହ ଗବେଷକ ଓ ରିସର୍ଚ୍ଚ ପର୍ସନ ଅଛନ୍ତି । ୧୮ଟି ଡଙ୍ଗା ନିୟୋଜିତ କରାଯାଇଛି । ଗଣନା କାର୍ଯ୍ୟରେ ସିଡିଏର ରିସର୍ଚ୍ଚ ପର୍ସନ,ବନ୍ୟପ୍ରାଣୀ ବିଭାଗର କର୍ମଚାରୀଙ୍କ ସହ ବିଭିନ୍ନ ବନ୍ୟପ୍ରାଣୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା,ପରିବେଶବିତ ଓ ଗବେଷକ ସାମିଲ ହୋଇଥିବା କହିଛନ୍ତି ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଏଫ୍‌ଓ ଅମ୍ଲାନ କୁମାର ନାୟକ ।

ପ୍ରତିବର୍ଷ ପରି ଚଳିତ ବର୍ଷ ୨୦,୨୧ ଓ ୨୨ ୩ଦିନ ଧରି ଚାଲିବ ଗଣନା କାର୍ଯ୍ୟ। ଡଲଫିନ୍ ପ୍ରଶିକ୍ଷଣ ଶିବିରରେ ୧୦୦ ରୁ ଉର୍ଦ୍ଧ୍ବ ଗଣନାକାରୀ ସାମିଲ ହୋଇଥିଲେ । ସୋମବାର ମିଳିତ ଭାବେ ଗଣନାକାରୀ ଗଣନା କରିବା ପରେ ଆଉ ୨ ଦିନ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ପୁନଃଗଣନା କରିବେ । ଗଣନା ସମୟରେ ଡଲଫିନ୍‌ ଚଳପ୍ରଚଳ କରୁଥିବା ସ୍ଥାନ ମାନଙ୍କରେ ଅନ୍ୟାନ୍ୟ ଡଙ୍ଗା ଡଳାଚଳ ଉପରେ ରୋକ୍‌ ଲଗାଯାଇଛି । ପର୍ଯ୍ୟଟକଙ୍କୁ ମଧ୍ୟ ଯିବାକୁ ବାରଣ କରାଯାଇଛି ।

୨୦୨୧ରେ ଚିଲିକା ରେ ୧୬୨ ଟି ଇରାୱାଡି ଡଲଫିନ୍ ଏବଂ ୨୬ ଟି ବଟଲ୍-ନୋଜ୍ ଡ଼ଲଫିନ୍ ଥିବା ଚିହ୍ନଟ ହୋଇଥିଲା ।୨୦୨୨ରେ ଚିଲିକାରେ ୧୫୧ଟି ଇରାୱାଡି ଡଲଫିନ୍ ଏବଂ ୧୬ଟି ବଟଲ୍-ନୋଜ୍ ଡ଼ଲଫିନ୍ ଥିବା ଚିହ୍ନଟ ହୋଇଥିଲା ।୨୦୨୩ରେ ଚିଲିକାରେ ୧୫୪ ଟି ଇରାୱାଡି ଡଲଫିନ ଏବଂ ୧୯ ଟି ବଟଲ୍ ନୋଜ୍ ପ୍ରଜାତିର ଡ଼ଲଫିନ ଥିବା ଚିହ୍ନଟ ହୋଇଥିଲା ।୨୦୨୪ରେ ଚିଲିକାରେ ୧୫୧ଟି ଇରାୱାଡି ଡଲଫିନ ଏବଂ ୧୫ ଟି ବଟଲ୍ ନୋଜ୍ ପ୍ରଜାତିର ଡ଼ଲଫିନ ଥିବା ଚିହ୍ନଟ ହୋଇଥିଲା ।

Tags: