ଆସିଲା ଡଲଫିନ୍ ଗଣନା ରିପୋର୍ଟ

ଭୁବନେଶ୍ୱର : ସାମ୍ନାକୁ ଆସିଲା ଡଲଫିନ୍ ଗଣନା ରିପୋର୍ଟ । ଓଡିଶାରେ ୭୧୦ଟି ଡଲଫିନ୍ ଅଛନ୍ତି । ବନ ବିଭାଗ ତରଫରୁ କରାଯାଇଥିବା ଡ଼ଲଫିନ ଗଣନାରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଚଳିତ ବର୍ଷ ଗଣନା ରିପୋର୍ଟ ଅନୁଯାୟୀ, ସାରା ଓଡିଶାରେ ୭୧୦ ଟି ଡଲଫିନ ଦେଖିବାକୁ ମିଳିଥିବାବେଳେ କେବଳ ଭିତରକନିକରେ ୫୦୫ ଟି ଡଲଫିନ ଚିହ୍ନଟ କରାଯାଇଛି । କେବଳ ଭିତରକନିକାର ଗହୀରମଥାରେ ୪ ପ୍ରଜାତିର ଡଲଫିନ ଦେଖିବାକୁ ମିଳିଛି । ଭିତରକନିକା ଜାତୀୟ […]

Samaya Live Picture
Published On

ଭୁବନେଶ୍ୱର : ସାମ୍ନାକୁ ଆସିଲା ଡଲଫିନ୍ ଗଣନା ରିପୋର୍ଟ । ଓଡିଶାରେ ୭୧୦ଟି ଡଲଫିନ୍ ଅଛନ୍ତି । ବନ ବିଭାଗ ତରଫରୁ କରାଯାଇଥିବା ଡ଼ଲଫିନ ଗଣନାରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଚଳିତ ବର୍ଷ ଗଣନା ରିପୋର୍ଟ ଅନୁଯାୟୀ, ସାରା ଓଡିଶାରେ ୭୧୦ ଟି ଡଲଫିନ ଦେଖିବାକୁ ମିଳିଥିବାବେଳେ କେବଳ ଭିତରକନିକରେ ୫୦୫ ଟି ଡଲଫିନ ଚିହ୍ନଟ କରାଯାଇଛି । କେବଳ ଭିତରକନିକାର ଗହୀରମଥାରେ ୪ ପ୍ରଜାତିର ଡଲଫିନ ଦେଖିବାକୁ ମିଳିଛି । ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଜାନୁୟାରୀ ୨୭ ରୁ ୨୯ ତାରିଖ ଯାଏଁ ଡଲଫିନ ଗଣନା କରାଯାଇଥିଲା । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ୯ଟି ଗଣନାକାରୀ ଟିମ୍ ଡଲଫିନ ଗଣନା କରିଥିଲେ

ଓଡ଼ିଶାରେ ୪୯୮ଟି ହମ୍ପବ୍ୟାକ ଡ଼ଲଫିନ ଥିବା ବେଳେ ୧୮୮ ଇରାୱାଡି ଡ଼ଲଫିନ ଅଛନ୍ତି । ରାଜନଗର ୱାଇଲଡ ଲାଇଫ ଡିଭିଜନ ରେ ସର୍ବାଧିକ ୫୦୫ଟି ଡ଼ଲଫିନ ଅଛନ୍ତି । ଚିଲିକାରେ ୧୭୪, ପୁରୀରେ ୭ଟି, ବ୍ରହ୍ମପୁରରେ ୧୩, ଭଦ୍ରକରେ ୪ ଓ ବାଲେଶ୍ୱରରେ ୭ ଟି ଡ଼ଲଫିନ ଅଛନ୍ତି । ରାଜ୍ୟରେ ୪ଟି ପ୍ରଜାତି ଡ଼ଲଫିନ ଥିବା ଜଣାପଡିଛି ।

ଗତ ୬ ବର୍ଷ ହେଲା ଓଡ଼ିଶାରେ ସବୁଠୁ ଅଧିକ ଏବଂ ଅଧିକ ପ୍ରଜାତିର ଡଲ୍‌ଫିନ୍‌ ଗହୀରମଥା ଓ ଭିତରକନିକାରେ ଦେଖିବାକୁ ମିଳୁଛି। ଚଳିତବର୍ଷ ଗଣନା ରିପୋର୍ଟ ଅନୁସାରେ ଓଡ଼ିଶାରେ ୭୧୦ ଡଲ୍‌ଫିନ୍‌ ଦେଖାଯାଇଥିଲା ବେଳେ କେବଳ ଭିତରକନିକରେ ୫୦୫ ଡଲ୍‌ଫିନ୍‌ଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ଗହୀରମଥାରେ ୪ଟି ପ୍ରଜାତିର ଡଲ୍‌ଫିନ୍‌ ଦେଖାଯାଇଛି ବୋଲି ଗଣନା ରିପୋର୍ଟରେ ଦର୍ଶାଯାଇଛି।

ଭିତରକନିକା ସହ ଚିଲିକା, ପୁରୀ, ବ୍ରହ୍ମପୁର, ଭଦ୍ରକ ଓ ବାଲେଶ୍ବରରେ ମଧ୍ୟ ଏହି ଗଣନା କରାଯାଇଥିଲା। ଆଜି ଆସିଥିବା ଗଣନା ରିପୋର୍ଟ ଅନୁସାରେ ଓଡ଼ିଶାରେ ୭୧୦ ଡଲ୍‌ଫିନ୍‌ଙ୍କୁ ଚିହ୍ନଟ କରାଯାଇଛି।

Tags: