ଖୁବ ଶୀଘ୍ର ଭୁବନେଶ୍ୱରରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ

ଭୁବନେଶ୍ୱର : ଭୁବନେଶ୍ୱରରେ ବଢିଚାଲିଛି ବୁଲା କୁକୁର ଆତଙ୍କ । ବଢୁଥିବା କୁକୁରଙ୍କ ସଂଖ୍ୟା ପାଇଁ ବିଭିନ୍ନ ପ୍ରକାର ସମସ୍ୟା ଉପୁଜୁଛି । କୁକୁରଙ୍କ କାରଣରୁ ଅନେକ ସମୟରେ ସଡକ ଦୁର୍ଘଟଣା ଘଟୁଥିବାରୁ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହା ନଗର ନିଗମ (BMC ) । ଆଗାମୀ ଦିନରେ କୁକୁର ବନ୍ଧ୍ୟାକରଣ ଉପରେ ଗୁରୁତ୍ୱ ଦିଆଯିବ । ଏନେଇ BMC ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ଦୀର୍ଘଦିନ ବନ୍ଧ୍ୟାକରଣ ବନ୍ଦ […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱରରେ ବଢିଚାଲିଛି ବୁଲା କୁକୁର ଆତଙ୍କ । ବଢୁଥିବା କୁକୁରଙ୍କ ସଂଖ୍ୟା ପାଇଁ ବିଭିନ୍ନ ପ୍ରକାର ସମସ୍ୟା ଉପୁଜୁଛି । କୁକୁରଙ୍କ କାରଣରୁ ଅନେକ ସମୟରେ ସଡକ ଦୁର୍ଘଟଣା ଘଟୁଥିବାରୁ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହା ନଗର ନିଗମ (BMC ) । ଆଗାମୀ ଦିନରେ କୁକୁର ବନ୍ଧ୍ୟାକରଣ ଉପରେ ଗୁରୁତ୍ୱ ଦିଆଯିବ । ଏନେଇ BMC ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

ଦୀର୍ଘଦିନ ବନ୍ଧ୍ୟାକରଣ ବନ୍ଦ ଥିବାରୁ କୁକୁରଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ବିଏମ୍‌ସି ହସ୍ପିଟାଲକୁ ଦିଆଯାଇଥିବା ୫୦୦ ଟୀକା ଦେଢ଼ ମାସରେ ସରିଯାଇଛି । ହାଇକୋର୍ଟରେ କେସ୍ ସରିଥିବାରୁ ପୁଣି ବନ୍ଧ୍ୟାକରଣ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ଭୁବନେଶ୍ବର ମେୟର । ଏବଂ ଖୁବଶୀଘ୍ର କୁକୁର ବନ୍ଧ୍ୟାକରଣ ଆରମ୍ଭ କରିବା ନେଇ କହିଛନ୍ତି ସୁଲୋଚନା ଦାସ ।

Tags: