ଜ୍ୱର ରୋଗୀଙ୍କୁ କୁକୁର କାମୁଡା ଇଞ୍ଜେକ୍ସନ
ଭଦ୍ରକ : ରାଜ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିକଳ ଚିତ୍ର । ଥଣ୍ଡା ଜ୍ୱର ରୋଗୀଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଲେ ନର୍ସ I ଏଭଳି ଅଭାବନୀୟ ଘଟଣା ଘଟିଛି ଭଣ୍ଡାରୀ ପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଥଣ୍ଡା ଜ୍ବରରେ ଆକ୍ରାନ୍ତ ହୋଇ ଜଣେ ବ୍ୟକ୍ତିଙ୍କର ଗୋଡ଼ ହାତ ଘୋଳବିନ୍ଧା ହେଉ ଥିବାରୁ ସେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ I ଡାକ୍ତରଙ୍କୁ ଦେଖାଇବା ପରେ ସେ ଔଷଧ ଲେଖିଥିଲେ ତେବେ ରୋଗୀକୁ ନର୍ସ ଭୁଲରେ କୁକୁର କାମୁଡ଼ା […]
ଭଦ୍ରକ : ରାଜ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିକଳ ଚିତ୍ର । ଥଣ୍ଡା ଜ୍ୱର ରୋଗୀଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଲେ ନର୍ସ I ଏଭଳି ଅଭାବନୀୟ ଘଟଣା ଘଟିଛି ଭଣ୍ଡାରୀ ପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଥଣ୍ଡା ଜ୍ବରରେ ଆକ୍ରାନ୍ତ ହୋଇ ଜଣେ ବ୍ୟକ୍ତିଙ୍କର ଗୋଡ଼ ହାତ ଘୋଳବିନ୍ଧା ହେଉ ଥିବାରୁ ସେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ I ଡାକ୍ତରଙ୍କୁ ଦେଖାଇବା ପରେ ସେ ଔଷଧ ଲେଖିଥିଲେ ତେବେ ରୋଗୀକୁ ନର୍ସ ଭୁଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି I ଏନେଇ ଡ଼କ୍ଟୋଖାନା ପରିସର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା I
ସୂଚନାନୁସାରେ,ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ ଗାଁର ବିଜୟ ବିଶ୍ବାଳଙ୍କର ଥଣ୍ଡା ଯୋଗୁଁ ଗୋଡ ଓ ହାତ ବିନ୍ଧା ହେଉଥିଲା। ଜ୍ୱର ଅନୁଭୂତ ଦେବାରୁ ସେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ପ୍ରେସକ୍ରିପସନ୍ ମଧ୍ୟ ଲେଖିଥିଲେ। ସେ ଅନ୍ୟ ଔଷଧ ସହ ଡାଇକ୍ଲୋଫେନାକ୍ ଇଞ୍ଜେକ୍ସନ ଲେଖିଥିଲେ। ବିଜୟ ଇଞ୍ଜେକ୍ସନ ନେବା ପାଇଁ ଲାଇନରେ ଥିଲେ। ସେଠାରେ ଇଞ୍ଜେକ୍ସନ ଦେଉଥିବା ନର୍ସ ଡାଇକ୍ଲୋଫେନାକ ଇଞ୍ଜେକ୍ସନ ବ ଦଳରେ ତାଙ୍କୁ କୁକୁର କାମୁଡା ଇଞ୍ଜେକ୍ସନ ଦେଇଦେଇଥିଲେ । ଏହା ଜାଣିବା ପରେ ବିଜୟଙ୍କ ପରିବାର ଲୋକେ ନର୍ସଙ୍କୁ ଏ ସଂକ୍ରାନ୍ତରେ ପଚାରି ବୁଝିଥିଲେ। ତେବେ ଘଟଣା ପ୍ରଘଟ ହୋଇଯିବାରୁ ନର୍ସ ଜଣଙ୍କ ବିଜୟଙ୍କ ପ୍ରେସ୍କ୍ରିପ୍ଶନ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ I ବିଜୟଙ୍କୁ ପରିବାର ଲୋକେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ସଂପୃକ୍ତ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ତେବେ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭଣ୍ଡାରିପୋଖରୀ ମେଡିକାଲ ଇନଚାର୍ଜ କହିଛନ୍ତି ।




