ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ,ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର

ଭୁବନେଶ୍ୱର : ରାଜ୍ୟରେ ନାହାନ୍ତି ଜଣେ ନକଲି ଡାକ୍ତର I ହାଇକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ଭିତରେ ସାର୍ଟିଫିକେଟ୍‌ ଯାଞ୍ଚର ଧାର୍ଯ୍ୟ ସମୟ ଶେଷ ହୋଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଜର ପଞ୍ଜୀକରଣ ଓ ସାର୍ଟିଫିକେଟ୍‌ର ନବୀକରଣ କରିଥିବା ଡାକ୍ତରଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ମାତ୍ର ନକଲି ଡାକ୍ତର ବା କ୍ବାକ୍‌ ଚିହ୍ନଟ ହୋଇ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ନାହାନ୍ତି ଜଣେ ନକଲି ଡାକ୍ତର I ହାଇକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ଭିତରେ ସାର୍ଟିଫିକେଟ୍‌ ଯାଞ୍ଚର ଧାର୍ଯ୍ୟ ସମୟ ଶେଷ ହୋଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଜର ପଞ୍ଜୀକରଣ ଓ ସାର୍ଟିଫିକେଟ୍‌ର ନବୀକରଣ କରିଥିବା ଡାକ୍ତରଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ମାତ୍ର ନକଲି ଡାକ୍ତର ବା କ୍ବାକ୍‌ ଚିହ୍ନଟ ହୋଇ ନ ଥିବା ସୂଚନା ମିଳିଛି। ତେବେ ଉପାନ୍ତ ଜିଲ୍ଲା ଗୁଡିକରେ ମାଳ ମାଳ କ୍ବାକ୍‌ ବୁଲୁଥିଲେ ମଧ୍ୟ କ୍ବାକ୍‌ଙ୍କୁ ଧରିବା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟ ନୁହେଁ। ଯଦି ଲୋକମାନେ କୌଣସି ଡାକ୍ତରଙ୍କୁ ନେଇ ଅଭିଯୋଗ ଆଣନ୍ତି ଓ ପୁଲିସର ଯାଞ୍ଚ ବେଳେ ତାଙ୍କ ସାର୍ଟିଫିକେଟ୍‌ ଖୋଜାପଡ଼େ ତାହାଲେ ତାଙ୍କର ରେଜିଷ୍ଟ୍ରେସନ୍‌ ଅଛି କି ନାହିଁ ତାହା ସ୍ବାସ୍ଥ୍ୟ ବିଭାଗ କହିପାରିବ।
ଚଳିତବର୍ଷ ଜାନୁଆରି ମାସରେ ହାଇକୋର୍ଟ ଡାକ୍ତରୀ ପେସାରେ ଥିବା ସମସ୍ତଙ୍କର ସାର୍ଟିଫିକେଟ୍‌ ଯାଞ୍ଚ କରିବା ପାଇଁ ନିର୍ଦେଶ ଦେଇଥିଲେ। ଯେଉଁ ଡାକ୍ତର ନିଜକୁ ନିର୍ଦ୍ଦିଷ୍ଟ ବିଭାଗର ବିଶେଷଜ୍ଞ ବୋଲି ଦର୍ଶାଇ ରୋଗୀ ଚିକିତ୍ସା କରୁଛନ୍ତି ସେମାନଙ୍କ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ କରିବାକୁ କହିଥିଲେ। ଏହାସହ ସବୁ ଡାକ୍ତରଙ୍କ ତଥ୍ୟ ଅନ୍‌ଲାଇନରେ ସାର୍ବଜନୀନ କରିବା ପାଇଁ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ। ଏହିଭିତ୍ତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଏଲୋପ୍ୟାଥି ଡାକ୍ତରଙ୍କୁ ନିଜର ବୈଧ ମେଡିକାଲ ପଞ୍ଜୀକରଣ ସାର୍ଟିଫିକେଟ୍‌ ସହିତ ଡିଗ୍ରି-ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ ସାର୍ଟିଫିକେଟ୍‌ ପ୍ରଦାନ କରିବାକୁ କୁହାଯାଇଥିଲା।

Tags: