ଭିଜିଲାନ୍ସ ପଞ୍ଜାରେ ଡାକ୍ତର
କଳାହାଣ୍ଡି : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର । ପ୍ରସୂତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅଶୋକ କୁମାର ଦାସ । ଜଣେ ମହିଳା ପ୍ରସବ ପାଇଁ ଡାକ୍ତରଖାନାକୁ ଆସି ଥିବାବେଳେ ମହିଳାଙ୍କ ସ୍ଵାମୀଙ୍କଠାରୁ ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଡାକ୍ତରଙ୍କ କ୍ୱାର୍ଟର୍ସ ସହ ତାଙ୍କ ଚାମ୍ବରରେ […]
କଳାହାଣ୍ଡି : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର । ପ୍ରସୂତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅଶୋକ କୁମାର ଦାସ । ଜଣେ ମହିଳା ପ୍ରସବ ପାଇଁ ଡାକ୍ତରଖାନାକୁ ଆସି ଥିବାବେଳେ ମହିଳାଙ୍କ ସ୍ଵାମୀଙ୍କଠାରୁ ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଡାକ୍ତରଙ୍କ କ୍ୱାର୍ଟର୍ସ ସହ ତାଙ୍କ ଚାମ୍ବରରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିବା ଜଣାପଡ଼ିଛି ।
ଅନ୍ୟପଟେ ଆଜି ଭିଜିଲାନ୍ସ ହାତରେ ଆଉ ୨ ଜଣ ସରକାରୀ ବଡ଼ବାବୁ ଧରାପଡ଼ିଛନ୍ତି । ଓଡ଼ିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା ଏବଂ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।




