ଡାକ୍ତର ନ ଯମ,ରୋଗୀଙ୍କୁ ଅଧା ଅପରେସନ କରି ହାତଟେକି ଦେଲେ

ବାଲେଶ୍ୱର : ଡାକ୍ତର ମାନଙ୍କୁ ୨ୟ ଭଗବାନ ବୋଲି କୁହାଯାଇଥାଏ I କିନ୍ତୁ ସବୁ କ୍ଷେତ୍ରରେ ଏହା ହୋଇ ନଥାଏ I ବେଳେବେଳେ ଡାକ୍ତର ମାନେ ରୋଗୀଙ୍କ ପାଇଁ ଯମ ପାଲଟି ଯାଇଥାନ୍ତି I ଡାକ୍ତର ମାନଙ୍କର ଖାମଖିଆଲି ନୀତି,ଅତ୍ୟଧିକ ଲୋଭ ,ଅପରିଣାମ ଦର୍ଶୀତାର ଫଳ ସ୍ୱରୂପ ରୋଗୀଟି ଅଯଥା ଦଣ୍ଡ ଭୋଗୀ ଯମ ଦ୍ୱାରରରେ ପହଂଚି ଯାଇଥାଏ I ଏହିଭଳି ଚିକିତ୍ସା ସେବାର ଏକ ନଗ୍ନ ଚିତ୍ର ଆସିଛି ବାଲେଶ୍ୱର ସହରରୁ । ବାଲେଶ୍ବରର ଆଇଟିଆଇ […]

Samaya Live Picture
Published On

ବାଲେଶ୍ୱର : ଡାକ୍ତର ମାନଙ୍କୁ ୨ୟ ଭଗବାନ ବୋଲି କୁହାଯାଇଥାଏ I କିନ୍ତୁ ସବୁ କ୍ଷେତ୍ରରେ ଏହା ହୋଇ ନଥାଏ I ବେଳେବେଳେ ଡାକ୍ତର ମାନେ ରୋଗୀଙ୍କ ପାଇଁ ଯମ ପାଲଟି ଯାଇଥାନ୍ତି I ଡାକ୍ତର ମାନଙ୍କର ଖାମଖିଆଲି ନୀତି,ଅତ୍ୟଧିକ ଲୋଭ ,ଅପରିଣାମ ଦର୍ଶୀତାର ଫଳ ସ୍ୱରୂପ ରୋଗୀଟି ଅଯଥା ଦଣ୍ଡ ଭୋଗୀ ଯମ ଦ୍ୱାରରରେ ପହଂଚି ଯାଇଥାଏ I ଏହିଭଳି ଚିକିତ୍ସା ସେବାର ଏକ ନଗ୍ନ ଚିତ୍ର ଆସିଛି ବାଲେଶ୍ୱର ସହରରୁ । ବାଲେଶ୍ବରର ଆଇଟିଆଇ ଛକରେ ଥିବା ଏକ ଘରୋଇ ନର୍ସିଂହୋମ୍‌ ‘ଜୟଶ୍ରୀ’ ବିରୁଦ୍ଧରେ ହୋଇଛି ସାଂଘାତିକ ଅଭିଯୋଗ ।

ଘଟନାନୁସାରେ,ବାଲେଶ୍ୱର ସଦର ଥାନା ଅଂଚଳର ଆମ୍ବୁଆ ଗାଁର ରଞ୍ଜନ ବିଶ୍ଵାଳଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଦୀର୍ଘ ଦିନ ଧରି ପେଟ ଯନ୍ତ୍ରଣା ହେଉଥିଲା। ତେଣୁ ସେ ତାଙ୍କ ପତ୍ନୀଙ୍କୁ ଡାକ୍ତର ଅନୁପ କୁମାର ଘୋଷଙ୍କୁ ଦେଖାଇଥିଲେ। ତାଙ୍କ ପରାମର୍ଶରେ ଗୀତାଞ୍ଜଳି ଗତ ୨ ବର୍ଷ ହେଲା ଚିକିତ୍ସା ହେଉଥିଲେ। ତେବେ ୧୫ ଦିନ ତଳେ ଗୀତାଞ୍ଜଳି ମେଡ଼ିକାଲ୍‌ ଚେକ୍‌ଅପ୍‌ ପାଇଁ ଡାକ୍ତର ଅନୁପ କୁମାର ଘୋଷଙ୍କ ପାଖକୁ ଆସିଥିଲେ। ଡାକ୍ତର ଗୀତାଞ୍ଜଳିଙ୍କ ୟୁଟ୍ରସ୍‌ ଅପରେସନ୍‌ କରିବାକୁ କହିଥିଲେ। ଡାକ୍ତରଙ୍କ ପରାମର୍ଶରେ ରଞ୍ଜନ ତାଙ୍କ ପତ୍ନୀଙ୍କୁ ବାଲେଶ୍ୱର ସହର ସ୍ଥିତ ‘ଜୟଶ୍ରୀ’ ନାମକ ଏକ ଘରୋଇ ନର୍ସିଂହୋମ୍‌ରେ ଗତ ୫ ତାରିଖ ସକାଳେ ଭର୍ତ୍ତି କରିଥିଲେ। ସେହିଦିନ ଅପରାହ୍ନରେ ଗୀତାଞ୍ଜଳିଙ୍କ ଅପରେସନ୍‌ କରାଯାଇଥିଲା I ତେବେ ଅପରେସନ ବେଳେ ଅଧାରୁ ଅଟକିଗଲେ ଡାକ୍ତରବାବୁ, ଆଉ ହାତ ଟେକି ଦେଲେ । ମହିଳାଙ୍କ ସମ୍ପର୍କୀୟଙ୍କୁ ସେ କହିଥିଲେ ଯେ,ବର୍ତ୍ତମାନ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି । ଅପରେସନ ହୋଇପାରିବ ନାହିଁ, ତେଣୁ ତାଙ୍କୁ କଟକ କିମ୍ବା ଭୁବନେଶ୍ୱରର କୌଣସି ବଡ ହସ୍ପିଟାଲକୁ ନେଇଯାଅ । ଏତିକି କହି ମହିଳାଙ୍କ ପେଟରେ ଷ୍ଟିଚ ପକାଇ ସେଠାରୁ ପଳାଇଥିଲେ ।

ଏନେଇ ମହିଳାଙ୍କ ସ୍ୱାମୀ ରଞ୍ଜନ କୁମାର ବିଶ୍ୱାଳ ଥାନାରେ ଅଭିଯୋଗ କରିଛନ୍ତି। ଏପଟେ ଡାକ୍ତର ଅନୁପ ଘୋଷ ଧାରା ଛୁଆଁ ଦେଉ ନଥିବା ଗତ ୩ ଦିନ ହେଲା ଗୀତାଞ୍ଜଳି ମେଡ଼ିକାଲ ବେଡ୍‌ରେ ପଡି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।

Tags: