ଦୀପାବଳି ଗାଇଡ଼ ଲାଇନ,ମାତ୍ର ୨ ଘଣ୍ଟା ଫୁଟିବ ବାଣ

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପାବଳୀକୁ ନେଇ ଦ୍ଵନ୍ଦ ଦୂର ହୋଇ ନଥିବାବେଳେ ବାଣ ଫୁଟାକୁ ନେଇ ଗାଇଡ଼ଲାଇନ ଜାରି ହୋଇଛି । ଏଥର ମଧ୍ୟ ଦୀପାବଳି ରେ ଫୁଟିବ ସବୁଜ ବାଣ (ଗ୍ରୀନ କ୍ରାକର) । ସନ୍ଧ୍ୟା ୭ ଟାରୁ ରାତି ୯ ଟା ମଧ୍ୟରେ ମାତ୍ର ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ମିଳିଛି । ସବୁଜ ବାଣ ଫୁଟାଇବା ସହ ବାଣର ଶବ୍ଦ […]

ଦୀପାବଳି ଗାଇଡ଼ ଲାଇନ,ମାତ୍ର ୨ ଘଣ୍ଟା ଫୁଟିବ ବାଣ
Samaya Live Picture
Published On

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପାବଳୀକୁ ନେଇ ଦ୍ଵନ୍ଦ ଦୂର ହୋଇ ନଥିବାବେଳେ ବାଣ ଫୁଟାକୁ ନେଇ ଗାଇଡ଼ଲାଇନ ଜାରି ହୋଇଛି । ଏଥର ମଧ୍ୟ ଦୀପାବଳି ରେ ଫୁଟିବ ସବୁଜ ବାଣ (ଗ୍ରୀନ କ୍ରାକର) । ସନ୍ଧ୍ୟା ୭ ଟାରୁ ରାତି ୯ ଟା ମଧ୍ୟରେ ମାତ୍ର ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ମିଳିଛି । ସବୁଜ ବାଣ ଫୁଟାଇବା ସହ ବାଣର ଶବ୍ଦ ୧୨୫ ଡିବିରୁ ଅଧିକ ହୋଇପାରିବ ନାହିଁ ବୋଲି ଗାଇଡ଼ଲାଇନ ରହିଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଏହି ନିୟମ ଜାରି କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଯେପରି ଶବ୍ଦ କି ବାୟୁ ପ୍ରଦୂଷଣ ନ ହୁଏ, ତାହାର ତଦାରଖ କରିବାକୁ ଏସପି ଓ ଜିଲ୍ଲାପାଳମାନଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚିଠି କରାଯାଇଛି । ପ୍ରଦୂଷଣର ମାତ୍ରା ବଢୁଥିବାରୁ ଭୁବନେଶ୍ବର, କଟକ, ବାଲେଶ୍ବର, ରାଉରକେଲା, କଳିଙ୍ଗନଗର ଓ ତାଳଚେର ପରି ସହରକୁ ସ୍କାନରରେ ରଖାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଦୀପାବଳିରେ ବାଣ ଫୁଟାଇବା ପାଇଁ ୧୬ ସୂତ୍ରୀ ପରାମର୍ଶମୂଳକ ନିର୍ଦ୍ଦେଶାବଳୀ ଜାରି କରିଛି ପ୍ରଦୂଷଣ ନିୟନ୍ତ୍ରନ ବୋର୍ଡ଼ । ବଗିଚା, ପାର୍କ, ହସ୍ପିଟାଲ, ଶିକ୍ଷା ସଂସ୍ଥା, କୋର୍ଟ, ଧାର୍ମିକ ସ୍ଥାନ, ସାଇଲେନସ ଜୋନର ୧୦୦ ମିଟର ଦୂରତା ଭିତରେ ବାଣ ନଫୁଟାଇବାକୁ ନିର୍ଦ୍ଦେଶ ରହିଛି ।

ସେହିପରି ଦୋକାନ, ଅଗ୍ନି ପ୍ରବଣ ସ୍ଥାନ, ରାସ୍ତା ଓ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ମଧ୍ୟ ବାରଣ କରାଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ ସୃଷ୍ଟି କରୁଥିବା ବାଣଠାରୁ ଦୂରରେ ରହିବା ଉଚିତ । ବାଣ ଫୁଟାଇବା ସମୟରେ କଟନ ବା ସୂତା କପଡା ପରିଧାନ କଲେ ସୁରକ୍ଷତି ରହି ହେବ । ବାଣରେ ବେରିଅମ ଓ ଅନ୍ୟାନ୍ୟ ନିଷିଦ୍ଧ ରସାୟନିକ ଦ୍ରବ୍ୟ ବ୍ୟବହାର ହୋଇ ପାରିବ ନାହିଁ । ନିୟମ ଖିଲାପ କଲେ ୨୦୦୦ ଟଙ୍କା ଜରିମାନା ଗଣିବାକୁ ପଡ଼ିବ । ନିୟମାବଳୀକୁ କଡ଼ାକଡି ପାଳନ କରିବା ଦିଗରେ ଏସପି ଓ ଜିଲ୍ଲାପାଳମାନଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚିଠି କରାଯାଇଛି ।

Tags: