୨୦ ରେ ପାଳନ ହେବ ଦୀପାବଳି ଏବଂ ପୟାଶ୍ରାଦ୍ଧ – ମୁକ୍ତିମଣ୍ଡପ

ଭୁବନେଶ୍ୱର : କେବେ ପାଳନ ହେବ ଦୀପାବଳି ଏହାକୁ ନେଇ ଦ୍ଵନ୍ଦ ଉପୁଜିଛି । ତେବେ ପୁରୀ ମୁକ୍ତି ମଣ୍ଡପ ସୂଚନା ଅନୁସାରେ ୨୦ ତାରିଖରେ ପାଳନ ହେବ ଦୀପାବଳି ସହିତ ପୟାଶ୍ରାଦ୍ଧ । ୨୧ ପରିବର୍ତ୍ତେ ୨୦ ତାରିଖ ଅପରାହ୍ନ ୩ଟା ୨୩ରୁ ପୟାଶ୍ରାଦ୍ଧ, ଦୀପାବଳି ପାଳନ କରାଯିବ ବୋଲି ପ୍ରେସମିଟ୍‌ରେ ମୁକ୍ତି ପଣ୍ଡିତ ମହାସଭା ସ୍ପଷ୍ଟ କରିଛି। ୨୧ ତାରିଖ ବେଳକୁ ମାତ୍ର ୧୪ ମିନିଟ ପାଇଁ ଅମାବାସ୍ୟା ତିଥି ରହୁଥିବାରୁ ୨୦ ତାରିଖରେ […]

୨୦ ରେ ପାଳନ ହେବ ଦୀପାବଳି ଏବଂ ପୟାଶ୍ରାଦ୍ଧ – ମୁକ୍ତିମଣ୍ଡପ
Samaya Live Picture
Published On

ଭୁବନେଶ୍ୱର : କେବେ ପାଳନ ହେବ ଦୀପାବଳି ଏହାକୁ ନେଇ ଦ୍ଵନ୍ଦ ଉପୁଜିଛି । ତେବେ ପୁରୀ ମୁକ୍ତି ମଣ୍ଡପ ସୂଚନା ଅନୁସାରେ ୨୦ ତାରିଖରେ ପାଳନ ହେବ ଦୀପାବଳି ସହିତ ପୟାଶ୍ରାଦ୍ଧ । ୨୧ ପରିବର୍ତ୍ତେ ୨୦ ତାରିଖ ଅପରାହ୍ନ ୩ଟା ୨୩ରୁ ପୟାଶ୍ରାଦ୍ଧ, ଦୀପାବଳି ପାଳନ କରାଯିବ ବୋଲି ପ୍ରେସମିଟ୍‌ରେ ମୁକ୍ତି ପଣ୍ଡିତ ମହାସଭା ସ୍ପଷ୍ଟ କରିଛି। ୨୧ ତାରିଖ ବେଳକୁ ମାତ୍ର ୧୪ ମିନିଟ ପାଇଁ ଅମାବାସ୍ୟା ତିଥି ରହୁଥିବାରୁ ୨୦ ତାରିଖରେ ପାଳନ ହେବ ଦୀପାବଳି । ଶ୍ରୀମନ୍ଦିର ସ୍ୱୀକୃତି ଦେଇଥିବା ପଞ୍ଜିକାରେ ତଥ୍ୟ ଠିକ ରହିଛି । ଅନ୍ୟ କିଛି ପଞ୍ଜିକା ବିବାଦ ବଢାଉଛନ୍ତି ବୋଲି ମୁକ୍ତିମଣ୍ଡପ ପଣ୍ଡିତ ମହାସଭା କହିଛି । ଏହାସହ ୨୦ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଉ ବୋଲି ପଣ୍ଡିତ ମହାସଭା ଦାବି କରିଛି । ୨୧ ତାରିଖରେ ଦୀପାବଳି ପାଳନ କଲେ ଏହା ଶାସ୍ତ୍ର ବିରୋଧୀ ହେବ ବୋଲି ମୁକ୍ତି ପଣ୍ଡିତ ମହାସଭା କହିଛି ।

Tags: