ଜେଲ ବୁଲିବେ ଜିଲ୍ଲାପାଳ ଏବଂ ଏସପି

ଭୁବନେଶ୍ୱର : ଜେଲ ପରିଦର୍ଶନ କରିବେ ଜିଲ୍ଲାପାଳ ଏବଂ ଏସପି । ନିୟମିତ ବ୍ୟବଧାନରେ ସରପ୍ରାଇଜ ଭିଜିଟ କରି ତନାଘନା କରିବେ । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପି ମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଜେଲ ବିଭାଗ ଡିଜି ସୁଶାନ୍ତ ନାଥ । ଯାଞ୍ଚ ପରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ଜେଲ୍‌ର କଏଦୀମାନେ ସୁସ୍ଥ ପରିବେଶରେ ରହିପାରିବେ । ଏଥିସହ ଜେଲ ପରିଚାଳନାରେ ସ୍ବଚ୍ଛତା ଏବଂ ଶୃଙ୍ଖଳା ବଜାୟ ରହିପାରିବ […]

ଜେଲ ବୁଲିବେ ଜିଲ୍ଲାପାଳ ଏବଂ ଏସପି
Samaya Live Picture
Published On

ଭୁବନେଶ୍ୱର : ଜେଲ ପରିଦର୍ଶନ କରିବେ ଜିଲ୍ଲାପାଳ ଏବଂ ଏସପି । ନିୟମିତ ବ୍ୟବଧାନରେ ସରପ୍ରାଇଜ ଭିଜିଟ କରି ତନାଘନା କରିବେ । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପି ମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଜେଲ ବିଭାଗ ଡିଜି ସୁଶାନ୍ତ ନାଥ । ଯାଞ୍ଚ ପରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ଜେଲ୍‌ର କଏଦୀମାନେ ସୁସ୍ଥ ପରିବେଶରେ ରହିପାରିବେ । ଏଥିସହ ଜେଲ ପରିଚାଳନାରେ ସ୍ବଚ୍ଛତା ଏବଂ ଶୃଙ୍ଖଳା ବଜାୟ ରହିପାରିବ । ଜେଲରୁ କଏଦୀ ଚମ୍ପଟ ପରେ ଏହି ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ରାଜ୍ୟର ଜେଲ୍‌ମାନଙ୍କରେ କଏଦୀମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିବା ଗଣମାଧ୍ୟମରେ ବିଭିନ୍ନ ସମୟରେ ଖବର ପ୍ରକାଶ ପାଉଛି । ଏନେଇ ଜାତୀୟ ମାନବାଧିକାର କମିସନ ରାଜ୍ୟ ମାନବାଧିକାର କମିସନଙ୍କୁ ଅବଗତ କରିବା ସହ ଉଦ୍‌ବେଗ ମଧ୍ୟ ପ୍ରକାଶ କରୁଛନ୍ତି । ଏହାକୁ ଆଧାର କରି ଜେଲ ଡିଜି ଚିଠି କରିଛନ୍ତି ।

Tags: