ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲା ସ୍ତରୀୟ ସ୍କ୍ୱାର୍ଡ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ନୂଆ ପଦକ୍ଷେପ ଗ୍ରହଣ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ । କପି ରୋକିବା ନେଇ ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ ଗଠନ ହେବ। ବଡ ଜିଲ୍ଲାରେ ୨ଟି ଏବଂ ଛୋଟ ଜିଲ୍ଲାରେ ଗୋଟିଏ ସ୍କାର୍ଡ ନିୟୋଜିତ ହେବ । ଉକ୍ତ ଟିମ୍ ପରୀକ୍ଷା ପରିଚାଳନା ଉପରେ ନଜର ରଖିବ । ଏ ନେଇ ସୂଚନା ଦେଇଛନ୍ତି ସିଏଚଏସଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ପରିଡା। କାରଣ ପୂର୍ବରୁ ବିଭିନ୍ନ ଜିଲ୍ଲାରେ […]

Samaya Live Picture
Published On

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ନୂଆ ପଦକ୍ଷେପ ଗ୍ରହଣ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ । କପି ରୋକିବା ନେଇ ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ ଗଠନ ହେବ। ବଡ ଜିଲ୍ଲାରେ ୨ଟି ଏବଂ ଛୋଟ ଜିଲ୍ଲାରେ ଗୋଟିଏ ସ୍କାର୍ଡ ନିୟୋଜିତ ହେବ । ଉକ୍ତ ଟିମ୍ ପରୀକ୍ଷା ପରିଚାଳନା ଉପରେ ନଜର ରଖିବ । ଏ ନେଇ ସୂଚନା ଦେଇଛନ୍ତି ସିଏଚଏସଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ପରିଡା। କାରଣ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ସ୍କ୍ଵାଡ୍‌ ପହଞ୍ଚିପାରୁନଥିଲେ। ରାଜ୍ୟସ୍ତରୀୟ ସ୍କ୍ଵାଡ୍‌ ଗଠନ ହେଉଥିଲା।

ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡ ଦ୍ୱାରା ପରୀକ୍ଷା ପରିଚାଳନା ସହଜ ହେବ । ସମସ୍ତ ଖର୍ଚ୍ଚ ସିଏଚଏସଇ ବହନ କରିବ । ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ଯେପରି ପରୀକ୍ଷା ପରିଚାଳନାରେ ରହିବେ ନାହିଁ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ କହିଛନ୍ତି । ଏହା ସହିତ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବାକୁ ବ୍ୟବସ୍ଥା କରାଯାଇଥିବା ଅଧ୍ୟକ୍ଷ କହିଛନ୍ତି ।

ଗତବର୍ଷ ପରୀକ୍ଷା ମୂଳକ ଭାବରେ ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ସ୍କ୍ଵାଡ୍‌ ଗଠନ କରି ସଫଳତା ମିଳିଥିଲା। ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସି ଟିଭି କ୍ୟାମେରା ଲଗାଯିବାକୁ ବ୍ୟବସ୍ଥା ହୋଇଛି ବୋଲି ସୂଚନା ଦେଇଛନ୍ତି ସିଏଚଏସଇ ଅଧ୍ୟକ୍ଷ ।

Tags: