ସ୍କୁଲ ଛୁଟି ନିଷ୍ପତି ଜିଲ୍ଲାପାଳଙ୍କ ଉପରେ – ମନ୍ତ୍ରୀ

ଭୁବନେଶ୍ୱର : ଗତ ୩ ଦିନ ଧରି ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ବଢୁଥିବା ଖରା ସାଙ୍ଗକୁ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଆଗକୁ ୨୫ ତାରିଖ ଯାଏଁ ଦିନର ତାପମାତ୍ରା ୪୫ ଡିଗ୍ରୀ ଯାଏଁ ବଢିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ରାଜ୍ୟରେ ବଢୁଥିବା ଖରାକୁ ନେଇ ବିଦ୍ୟାଳୟ ଗୁଡିକର ଆଗୁଆ ଛୁଟି ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ […]

ସ୍କୁଲ ଛୁଟି ନିଷ୍ପତି ଜିଲ୍ଲାପାଳଙ୍କ ଉପରେ – ମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ଗତ ୩ ଦିନ ଧରି ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ବଢୁଥିବା ଖରା ସାଙ୍ଗକୁ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଆଗକୁ ୨୫ ତାରିଖ ଯାଏଁ ଦିନର ତାପମାତ୍ରା ୪୫ ଡିଗ୍ରୀ ଯାଏଁ ବଢିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ରାଜ୍ୟରେ ବଢୁଥିବା ଖରାକୁ ନେଇ ବିଦ୍ୟାଳୟ ଗୁଡିକର ଆଗୁଆ ଛୁଟି ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ବର୍ତ୍ତମାନ ସ୍କୁଲ ସକାଳୁଆ ଅଛି । ଏସ୍‌ଓପି ବାହାରେ ନିଷ୍ପତ୍ତି ନେବା ପାଇଁ ଜିଲ୍ଲପାଳ ମାନଙ୍କୁ ଅଧିକୃତ କରାଯାଇଛି । ଆବଶ୍ୟକ ପଡିଲେ ସେମାନେ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତ୍ତି ନେଇପାରିବେ । ଜିଲ୍ଲାପାଳ ମାନେ ଅଧିକୃତ, ଯେଉଁ ସ୍ଥାନରେ ନିର୍ଦ୍ଧିଷ୍ଟ ତାପମାତ୍ରା ଠାରୁ ଅଧିକ ତାପମାତ୍ରା ବଢିବ । ସେଠାରେ ଜିଲ୍ଲାପାଳମାନେ ଅନୁଭବ କରିବେ, ସେମାନେ ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ ।

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ସମୀକ୍ଷାକରିବେ। ଦିନେ ଦୁଇ ଦିନରେ ଆଲୋଚନା ପରେ ଅଧିକ ନିର୍ଦ୍ଦେଶାବାଳୀ ଜାରି ହେବ।

ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ । ପରବର୍ତ୍ତୀ ନିର୍ଦେଶନାମା ଆସିବା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ତେବେ ପରୀକ୍ଷା ପ୍ରଭାବିତ ହେବନାହିଁ,ପୂର୍ବସୂଚୀ ଅନୁଯାଇ ପରୀକ୍ଷା ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଯେଉଁ ମାନେ ହଷ୍ଟେଲରେ ରହୁଛନ୍ତି ,ରହିପାରିବେ |ଏହି ନିର୍ଦ୍ଦେଶ ନାମା ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ | ନିର୍ଦ୍ଦେଶ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି |

Tags: