ଆଲୋଚନା ସଫଳ,ଆନ୍ଦୋଳନ ଦୁର୍ଭାଗ୍ୟଜନକ – ପରିବହନ ମନ୍ତ୍ରୀ
ଭୁବନେଶ୍ୱର : ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ୪ ଦିନରେ ପହଞ୍ଚିଛି । ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ଡ୍ରାଇଭର ସଂଘ ସହ ଆଲୋଚନା ସଫଳ ହୋଇଛି କିନ୍ତୁ ଆନ୍ଦୋଳନ ଦୁର୍ଭାଗ୍ୟ ଜନକ । ସରକାର ଡ୍ରାଇଭର ସଂଘର କିଛି ଦାବିକୁ ମାନି ନେଇଥିଲେ ହେଁ ସଂଘ ଆନ୍ଦୋଳନରୁ ଓହରି ନାହିଁ । ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଡ୍ରାଇଭର ସଂଘର ୭ ଦଫା ଦାବି ସରକାର ମାନି ନେଇଛନ୍ତି । ସଂଘର […]
ଭୁବନେଶ୍ୱର : ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ୪ ଦିନରେ ପହଞ୍ଚିଛି । ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ଡ୍ରାଇଭର ସଂଘ ସହ ଆଲୋଚନା ସଫଳ ହୋଇଛି କିନ୍ତୁ ଆନ୍ଦୋଳନ ଦୁର୍ଭାଗ୍ୟ ଜନକ । ସରକାର ଡ୍ରାଇଭର ସଂଘର କିଛି ଦାବିକୁ ମାନି ନେଇଥିଲେ ହେଁ ସଂଘ ଆନ୍ଦୋଳନରୁ ଓହରି ନାହିଁ । ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଡ୍ରାଇଭର ସଂଘର ୭ ଦଫା ଦାବି ସରକାର ମାନି ନେଇଛନ୍ତି । ସଂଘର ସମସ୍ତ ଦାବି ପୁରାଣ କରିବାକୁ ସରକାର ଚେଷ୍ଟା କରୁଛନ୍ତି । କାର୍ଯ୍ୟରତ ଡ୍ରାଇଭରଙ୍କୁ ଆକ୍ରମଣ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବାକୁ ଡ୍ରାଇଭର ସଂଘକୁ ନିବେଦନ କରିଛନ୍ତି ।
ସେପଟେ ଆଜି ଜଗତସିଂହପୁରରୁ କଟକ ଅଭିମୁଖେ ଗଡିଛି ବସ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବ୍ୟାପକ କ୍ଷତି ସହିଛନ୍ତି ବସ ମାଲିକ ସଂଘ । ତେଣୁ ବସ ମାଲିକ ସଂଘର ନିଷ୍ପତି କ୍ରମେ ସକାଳୁ ଜିଲାର ବିଭିନ୍ନ ସ୍ଥାନରୁ କଟକ ଅଭିମୁଖେ ବସ ଚଳାଚଳ ଆରମ୍ଭ ହୋଇଛି । ଫଳରେ ଯାତ୍ରୀଙ୍କ ପାଇଁ କିଛି ଆଶ୍ୱସ୍ତି ମିଳିଛି । ୭ ଦଫା ଦାବି ନେଇ ଗତ ୪ ଦିନ ହେବ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ବସିଛନ୍ତି ଡ୍ରାଇଭର ସଂଘ ।




