ଆପାର୍ଟମେଣ୍ଟ ପଞ୍ଜିକରଣ ବିଜ୍ଞପ୍ତି ଉପରେ ରହିତାଦେଶ
କଟକ : ଆପାର୍ଟମେଣ୍ଟ ପଞ୍ଜିକରଣ ସଂପର୍କିତ ବିଜ୍ଞପ୍ତି ଉପରେ ରହିତାଦେଶ । ଗୃହ ଓ ନଗର ନିର୍ମାଣ ବିଭାଗ ଆଣିଥିବା ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଗତ ଫେବୃଆରୀ ପହିଲାରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ବିଜ୍ଞପ୍ତି ଅନୁସାରେ ୨୦୧୭ ମସିହା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜିକରଣ ହେବ । ବିନା ଆପାର୍ଟମେଣ୍ଟ ଆଇନ୍ ଅନୁଯାୟୀ ଏହା କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା । ସୂଚନାନୁସାରେ, […]
କଟକ : ଆପାର୍ଟମେଣ୍ଟ ପଞ୍ଜିକରଣ ସଂପର୍କିତ ବିଜ୍ଞପ୍ତି ଉପରେ ରହିତାଦେଶ । ଗୃହ ଓ ନଗର ନିର୍ମାଣ ବିଭାଗ ଆଣିଥିବା ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଗତ ଫେବୃଆରୀ ପହିଲାରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ବିଜ୍ଞପ୍ତି ଅନୁସାରେ ୨୦୧୭ ମସିହା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜିକରଣ ହେବ । ବିନା ଆପାର୍ଟମେଣ୍ଟ ଆଇନ୍ ଅନୁଯାୟୀ ଏହା କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ।
ସୂଚନାନୁସାରେ, ରେରା ଆଇନ୍ ଆସିବା ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟ ମଧ୍ୟ ରେରା ଆଇନ୍ ପରିସରଭୁକ୍ତ ହେବାର ଆବଶ୍ୟକତା ଅଛି ବୋଲି ଆବେଦନକାରୀ ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିବା ସହିତ ସରକାରୀ ବିଜ୍ଞପ୍ତି ଉପରେ ଅଙ୍କୁଶ ଜାରି କରିଛନ୍ତି ଏବଂ ଆସନ୍ତା ବୁଧବାର ସୁଦ୍ଧା ଜବାବ ରଖିବା ଲାଗି ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ହୋଇଛି ।
ଆସନ୍ତା ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରାଯାଇଛି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁଙ୍କ ଖଣ୍ଡପୀଠ ଏହି ରହିତାଦେଶ ଦେଇଛନ୍ତି ।




