ରାଜ୍ୟରୁ ଦେଶର ବିଭିନ୍ନ ସ୍ଥାନକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା
ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱର ଓ ଝାରସୁଗୁଡା ଏୟାର ପୋର୍ଟରୁ ଆରମ୍ଭ ହେବ ଦେଶର ୯ ଟି ସ୍ଥାନକୁ ସିଧାସଳଖ ବିମାନ ସେବା । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୫ଟି ରାଜ୍ୟ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର,ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ ଝାରସୁଗୁଡ଼ାସ୍ଥିତ ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ୪ଟି ସହର ଯଥା ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇକୁ ସିଧାସଳଖ ବିମାନ ସେବା […]
ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱର ଓ ଝାରସୁଗୁଡା ଏୟାର ପୋର୍ଟରୁ ଆରମ୍ଭ ହେବ ଦେଶର ୯ ଟି ସ୍ଥାନକୁ ସିଧାସଳଖ ବିମାନ ସେବା । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୫ଟି ରାଜ୍ୟ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର,ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ ଝାରସୁଗୁଡ଼ାସ୍ଥିତ ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ୪ଟି ସହର ଯଥା ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି । ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ।




