ଭୁବନେଶ୍ୱରରୁ ଆବୁଧାବିକୁ ଆରମ୍ଭ ହେଲା ସିଧାସଳଖ ବିମାନ ସେବା
ଭୁବନେଶ୍ୱର : ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆବୁଧାବିକୁ ଆରମ୍ଭ ହେଲା ସିଧାସଳଖ ବିମାନ ସେବା । ବିମାନ ଉଡାଣ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସପ୍ତାହକରେ ତିନି ଦିନ ଏହି ସେବା ଯୋଗାଇ ଦିଆଯିବ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଏହି ସେବା ଯାତ୍ରୀଙ୍କୁ ଉପଲବ୍ଧ ହେବ । ଆଜି ସକାଳ ୯.୩୫ରେ ଏହାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ମଧ୍ୟାହ୍ନ ୧୨.୩୫ରେ […]
ଭୁବନେଶ୍ୱର : ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆବୁଧାବିକୁ ଆରମ୍ଭ ହେଲା ସିଧାସଳଖ ବିମାନ ସେବା । ବିମାନ ଉଡାଣ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସପ୍ତାହକରେ ତିନି ଦିନ ଏହି ସେବା ଯୋଗାଇ ଦିଆଯିବ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଏହି ସେବା ଯାତ୍ରୀଙ୍କୁ ଉପଲବ୍ଧ ହେବ ।
ଆଜି ସକାଳ ୯.୩୫ରେ ଏହାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ମଧ୍ୟାହ୍ନ ୧୨.୩୫ରେ ଆବୁଧାବିରେ ପହଞ୍ଚିବ। ଆବୁଧାବିରୁ ପୁଣି ରାତି ୨.୩୫ରେ ବାହାରି ସକାଳ ୮.୩୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ। ଯାତ୍ରୀମାନେ ଏଣିକି ଭୁବନେଶ୍ୱରରୁ ବିମାନରେ ବସି ସିଧାସଳଖ ଆବୁଧାବିରେ ସହଜରେ ପହଞ୍ଚି ପାରିବେ। ଏଥିସହିତ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂକେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ସେବାର ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ଏହି ବିମାନରେ ଆଜି ୧୮୦ ଯାତ୍ରୀ ଭୁବନେଶ୍ୱରରୁ ଆବୁଧାବିକୁ ଯାଇଛନ୍ତି।




