ଦୀପାବଳି ପାଇଁ ଗାଇଡ଼ ଲାଇନ ଜାରି
ଭୁବନେଶ୍ୱର : ଆଜି ଧନ ତେରାସ I ଆଉ ଦିନକ ପରେ ଆଲୁଅର ପର୍ବ ଦୀପାବଳି I ଅସତ୍ୟ ଉପରେ ସତ୍ୟର ଜୟ ହୋଇଥିବାରୁ,ଏହିଦିନ ଚାରିଆଡେ ଦୀପ ଜାଳି ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଥାଏ I ପ୍ରତିବର୍ଷ ଦୀପାବଳି ପୂର୍ବରୁ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଥାଏ I ଦୀପାବଳି ପାଇଁ ଭୁବନେଶ୍ୱରର ବଜାରରେ ଲାଗିଛି ଲୋକଙ୍କ ଗହଳି । ଏଥିପାଇଁ ବିଭିନ୍ନ ସ୍ଥାନରେ ଖୋଲିଛି ଆତସବାଜୀ ଦୋକାନ । […]
ଭୁବନେଶ୍ୱର : ଆଜି ଧନ ତେରାସ I ଆଉ ଦିନକ ପରେ ଆଲୁଅର ପର୍ବ ଦୀପାବଳି I ଅସତ୍ୟ ଉପରେ ସତ୍ୟର ଜୟ ହୋଇଥିବାରୁ,ଏହିଦିନ ଚାରିଆଡେ ଦୀପ ଜାଳି ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଥାଏ I ପ୍ରତିବର୍ଷ ଦୀପାବଳି ପୂର୍ବରୁ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଥାଏ I
ଦୀପାବଳି ପାଇଁ ଭୁବନେଶ୍ୱରର ବଜାରରେ ଲାଗିଛି ଲୋକଙ୍କ ଗହଳି । ଏଥିପାଇଁ ବିଭିନ୍ନ ସ୍ଥାନରେ ଖୋଲିଛି ଆତସବାଜୀ ଦୋକାନ । ଚଳିତ ବର୍ଷ ମଧ୍ୟ ଅଗ୍ନିଶମ ବିଭାଗ ଓ କମିଶନରେଟ ପୋଲିସ ପକ୍ଷରୁ ଜନ ସାଧାରଣଙ୍କୁ ସତର୍କତା ମୂଳକ ପରାମର୍ଶ ଦିଆ ଯାଇଛି I ବାଣ କେବଳ ସରକାରୀ ସ୍ଵିକୃତୀପ୍ରାପ୍ତ ଦୋକାନରୁ କିଣନ୍ତୁ,ରାତି ୧୦ଟା ପରେ ଟୁଇନ୍ ସିଟିରେ ଫୁଟିବ ନାହିଁ ବାଣ ,୧୨୫ ଡେସିବେଲଠାରୁ କମ୍ ଶବ୍ଦର ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ଦେଶୀ ବାଣ ଯେପରି ଟାଇଗର ବମ , ସୁତୁଲି ବମ ,ତାଳ ଫୋଟକା ଓ ଅଧିକ ଶବ୍ଦ କରୁଥିବା ବାଣ ଉପରେ କଟକଣା ଲାଗାଯାଇଛି । ଘାତକ ଓ ପରିବେଶ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଉପରେ ଅଗ୍ନିଶମ ବାହିନୀ ପକ୍ଷରୁ କଡା କଟକଣା ଜାରି କରାଯାଇଛି। ଯେଉଁମାନେ ବେଆଇନ୍ ଭାବେ ବାଣ ଫୁଟାଇବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ କମିସନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏନେଇ ଆଜି କମିସନରେଟ୍ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରି ସୂଚନା ଦିଆଯାଇଛି ।
ଏହାଛଡା ଛୋଟପିଲାମାନେ ବାଣ ଫୁଟାଇବାବେଳେ ସେମାନଙ୍କ ପାଖରେ ଅଭିଭାବକ ମାନେ ରହିବାକୁ ପରାମର୍ଶ ଦିଆଯାଇଛି I ସିଧାସଳଖ ହାତରେ ବାଣ ଧରି ଅଗ୍ନି ସଂଯୋଗ ନ କରିବା, ଗୃହପାଳିତ ପଶୁଙ୍କ ଠାରୁ ଦୁରେଇ ରହିବା,ପାଣି ବାଲ୍ଟି ଓ ବାଲି ରଖିବା ତଥା ଜନଗହଳି ସ୍ଥାନରେ ବାଣ ନ ଫୁଟାଇବା ଏବଂ ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରିବାକୁ ମଧ୍ୟ କୁହାଯାଇଛି । ସେହିପରି ବାଣ ଦୋକାନୀଙ୍କ ପାଇଁ ନିୟମ ଜାରି ହୋଇଛି । ବାଣ ଦୋକାନ ଚାରିପଟେ ପଲିଥିନ୍ ଓ ଦହନଶୀଳ ପଦାର୍ଥ ରଖିବେ ନାହିଁ । ଦୋକାନ ପରସ୍ପରଠାରୁ ଅତି କମରେ ୧୦ ଫୁଟ୍ ଦୂରତା ରଖିବେ । କୌଣସି ତେଲ ଦୀପ, ଗ୍ୟାସ୍ ଦୀପ, ଖୋଲା ଲାଇଟ୍ ବ୍ୟବହାର କରାଯିବନି ।
ସୂଚନାନୁସାରେ,ଚଳିତବର୍ଷ ବରମୁଣ୍ଡା,ସହିଦ୍ ନଗର,ୟୁନିଟ ୧ ହାଇସ୍କୁଲ ପଡିଆ,ପଟିଆ,ଡମଣା,ପାହାଳ,ନହରକଣ୍ଟା,ଚନ୍ଦ୍ର ଶେଖରପୁର,ଗାଡ଼କଣ,ପାଣ୍ଡରା,ଲକ୍ଷ୍ମୀସାଗର,ପୋଖରୀପୁଟ,ଆଈଗେନିଆ,ନୟାପଲ୍ଲୀ,ଜାଗମରାରେ ଅଂଚଳରେ ୨୦୦ ଜଣ ଦୋକାନୀଙ୍କୁ ବାଣ ଦୋକାନ ଖୋଲିବା ପାଇଁ ଅନୁମତି ମିଳିଛି ।




