ଦୀପାବଳି ଅଘଟଣ, ବାଣ ଏବଂ ଦୀପ ନିଆଁରୁ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର : ଦୀପାବଳିରେ ଭୟଙ୍କର ଅଗ୍ନିକାଣ୍ଡ । ଦୀପାବଳି ପରେ ରାଜ୍ୟର ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି I ରକେଟ ବାଣରୁ ସମ୍ବଲପୁର କ୍ଷେତରାଜପୁର ସ୍ଥିତ ଶ୍ୟାମ ବଟିକାରେ ଆପାର୍ଟମେଣ୍ଟର ତୃତୀୟ ମହଲାରେ ଥିବା ଏକ ଘରେ ନିଆଁ ଲାଗିଯାଇଥିବାବେଳେ,ନୂଆପଡା ଜିଲ୍ଲା ସିନାପାଲିରେ ବାଣ ନିଆଁ ଲାଗିପଡିଯାଇଛି ଘର । ସିନାପାଲି ସନ୍ତୋଷୀ ମନ୍ଦିର ପଡାରେ ରହୁଥିବା ଜମିର ଖାନଙ୍କ ଘରେ ନିଆଁ ଲାଗି ଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର କପା […]

Samaya Live Picture
Published On

ଭୁବନେଶ୍ୱର : ଦୀପାବଳିରେ ଭୟଙ୍କର ଅଗ୍ନିକାଣ୍ଡ । ଦୀପାବଳି ପରେ ରାଜ୍ୟର ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି I ରକେଟ ବାଣରୁ ସମ୍ବଲପୁର କ୍ଷେତରାଜପୁର ସ୍ଥିତ ଶ୍ୟାମ ବଟିକାରେ ଆପାର୍ଟମେଣ୍ଟର ତୃତୀୟ ମହଲାରେ ଥିବା ଏକ ଘରେ ନିଆଁ ଲାଗିଯାଇଥିବାବେଳେ,ନୂଆପଡା ଜିଲ୍ଲା ସିନାପାଲିରେ ବାଣ ନିଆଁ ଲାଗିପଡିଯାଇଛି ଘର । ସିନାପାଲି ସନ୍ତୋଷୀ ମନ୍ଦିର ପଡାରେ ରହୁଥିବା ଜମିର ଖାନଙ୍କ ଘରେ ନିଆଁ ଲାଗି ଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର କପା ଓ ଘରର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇଁ ସିନାପାଲି ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସେହିପରି ଯାଜପୁର ସାଦକପୁର ଓ ବ୍ୟାସନଗର ଅଞ୍ଚଳରେ ବାଣ ଫୁଟାଇବା ବେଳେ ଜଣେ ମହିଳା ଓ ୨ଶିଶୁଙ୍କ ସମେତ ୪ ଆହତ ହୋଇଛନ୍ତି । ଆହତମାନଙ୍କୁ ଯାଜପୁର ରୋଡ଼ ମେଡ଼ିକାଲରେ ଚିକିତ୍ସା ପରେ ଛାଡି ଦିଆଯାଇଛି । ସେପଟେ ବ୍ୟାସନଗର ପୌରାଞ୍ଚଳର ଦଳା ଓଭରବ୍ରିଜ୍ ନିକଟ ଆଦିବାସୀ ବସ୍ତିରେ ନିଆଁ ଲାଗି ୨ଟି ଘର ଜଳି ଯାଇଛି । ବାଣ ନିଆଁ ଘର ଉପରେ ପଡିବାରୁ ହଠାତ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳକୁ ଘରର ସମସ୍ତ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ସୌଭାଗ୍ୟ ବଶତଃ କାହାରି କୌଣସି କ୍ଷତି ହୋଇନାହିଁ।

ଅନ୍ୟପଟେ ବାଲିଅନ୍ତା ବ୍ଳକ ପ୍ରତାପୁରୁଦ୍ରପୁର ପାରିବାସୁ ଦେବପୁର ମଲ୍ଲିକ ସାହିରେ ବାଣରୁ ନିଆଁ ଲାଗି ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ବାଣରୁ ନିଆଁ ଆସି ଗୁହାଳ ଘରେ ଲାଗି ଘରଟି ସମ୍ପୁର୍ଣ୍ଣ ଜଳି ପାଉଁଶ ହୋଇଯାଇଥିବା ବେଳେ ସେଥିରେ ଥିବା ଗୋରୁ ୩ଟି ସମ୍ପୁର୍ଣ୍ଣ ଦଗ୍ଧ ହୋଇଯାଇଛନ୍ତି । କିଛି ସମୟ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।

Tags: