ରାଉରକେଲାରୁ ଦିଲ୍ଲୀପ ରାଏ ପ୍ରାର୍ଥୀ -ଜୁଏଲ

ଭୁବନେଶ୍ୱର : ରାଉରକେଲା ଆସନ ପାଇଁ ଭାଜପା ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ। ଦଳୀୟ ଘୋଷଣା ପୂର୍ବରୁ ପ୍ରଚାରବେଳେ ଏନେଇ ସୂଚନା ଦେଇଛନ୍ତି ବିଜେପି ବରିଷ୍ଠ ନେତା ସାଂସଦ ଜୁଏଲ ଓରାମ । ସେ କହିଛନ୍ତି, ରାଉରକେଲା ବିଧାନସଭା ଆସନ ପାଇଁ କୌଣସି ମୁହୁର୍ତ୍ତରେ ପ୍ରାର୍ଥୀତ୍ୱ ଘୋଷଣା ହୋଇପାରେ । ଦିଲ୍ଲୀପଙ୍କ ମାମଲାର ସମାଧାନ ହୋଇସାରିଛି । ସେ ନିର୍ବାଚନ ଲଢିବା ନେଇ ଦିଲ୍ଲୀ ହାଇକୋର୍ଟ ସବୁଜ ସଙ୍କେତ ଦେଇ ସାରିଛନ୍ତି । ଦିଲ୍ଲୀପଙ୍କ କୋର୍ଟ ମାମଲାକୁ […]

Samaya Live Picture
Published On

ଭୁବନେଶ୍ୱର : ରାଉରକେଲା ଆସନ ପାଇଁ ଭାଜପା ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ। ଦଳୀୟ ଘୋଷଣା ପୂର୍ବରୁ ପ୍ରଚାରବେଳେ ଏନେଇ ସୂଚନା ଦେଇଛନ୍ତି ବିଜେପି ବରିଷ୍ଠ ନେତା ସାଂସଦ ଜୁଏଲ ଓରାମ । ସେ କହିଛନ୍ତି, ରାଉରକେଲା ବିଧାନସଭା ଆସନ ପାଇଁ କୌଣସି ମୁହୁର୍ତ୍ତରେ ପ୍ରାର୍ଥୀତ୍ୱ ଘୋଷଣା ହୋଇପାରେ । ଦିଲ୍ଲୀପଙ୍କ ମାମଲାର ସମାଧାନ ହୋଇସାରିଛି । ସେ ନିର୍ବାଚନ ଲଢିବା ନେଇ ଦିଲ୍ଲୀ ହାଇକୋର୍ଟ ସବୁଜ ସଙ୍କେତ ଦେଇ ସାରିଛନ୍ତି । ଦିଲ୍ଲୀପଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା। ଆସନ୍ତାକାଲି ଭିତରେ ଦିଲ୍ଲୀପଙ୍କ ଟିକେଟ୍‌ ଘୋଷଣା ହେବ। ରାଉରକେଲାରୁ ଦିଲୀପ ପ୍ରାର୍ଥୀ ହେବା ନିଶ୍ଚିତ, କେବଳ ଘୋଷଣା ବାକି ରହିଛି ବୋଲି ଜୁଏଲ କହିଛନ୍ତି।

ନିର୍ବାଚନ ଲଢିବାକୁ ନେଇ କୋର୍ଟଙ୍କ ଅନୁମତି ପରେ ରାଜ୍ୟର ବରିଷ୍ଠ ନେତା ଦିଲ୍ଲୀପ ରାୟ ଭାଜପାରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିସହ ତାଙ୍କୁ ଦଳ ରାଉରକେଲା ବିଧାନସଭା ଆସନରୁ ଟିକେଟ ଦେଇପାରେ ବୋଲି କୁହାଯାଉଛି। ରାଉରକେଲା ବିଧାନସଭା ଆସନ ପାଇଁ ଭାଜପା ଏ ଯାଏ ପ୍ରାର୍ଥୀ ଘୋଷଣା କରିନି ।

Tags: