ଦୀଘା ଜଗନ୍ନାଥ ଧାମ ବିବାଦ:ରାମକୃଷ୍ଣ ଦାସ ମହାପାତ୍ରଙ୍କ ନାଁରେ ଏତଲା

ପୁରୀ:ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା ।ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ସିଂହଦ୍ବାର ଥାନାରେ ଏତଲା ଦାୟର ହୋଇଛି।ଅନଲାଇନରେ ଏତଲା ଦେଲେ ଆର୍‌ଟିଆଇ କର୍ମୀ ଜୟନ୍ତ ଦାସ। ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଦାରୁ ନେଇଥିବା ଅଭିଯୋଗ ଆସିବା ପରେ ତାଙ୍କ ନାଁରେ ଏତଲା ଦାୟର ହୋଇଛି। ପଶ୍ଚିମବଙ୍ଗ ଦୀଘାରେ କିଛି ଦିନ ତଳେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଛି। ଏହାକୁ ଜଗନ୍ନାଥ ଧାମ କୁହାଯିବାକୁ ନେଇ ବିବାଦ ସୃଷ୍ଟି […]

ଦୀଘା ଜଗନ୍ନାଥ ଧାମ ବିବାଦ:ରାମକୃଷ୍ଣ ଦାସ ମହାପାତ୍ରଙ୍କ ନାଁରେ ଏତଲା
Samaya Live Picture
Published On

ପୁରୀ:ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା ।ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ସିଂହଦ୍ବାର ଥାନାରେ ଏତଲା ଦାୟର ହୋଇଛି।ଅନଲାଇନରେ ଏତଲା ଦେଲେ ଆର୍‌ଟିଆଇ କର୍ମୀ ଜୟନ୍ତ ଦାସ। ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଦାରୁ ନେଇଥିବା ଅଭିଯୋଗ ଆସିବା ପରେ ତାଙ୍କ ନାଁରେ ଏତଲା ଦାୟର ହୋଇଛି।
ପଶ୍ଚିମବଙ୍ଗ ଦୀଘାରେ କିଛି ଦିନ ତଳେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଛି। ଏହାକୁ ଜଗନ୍ନାଥ ଧାମ କୁହାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ନେଇ ଶ୍ରୀମନ୍ଦିର ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରିଥିଲେ। ମନ୍ଦିର ପ୍ରତିଷ୍ଠା ପାଇଁ ଡାକିଥିବାରୁ ସେ ଦୀଘା ଯାଇଥିଲେ ବୋଲି କହିଥିଲେ। ଭୁଲ ଜିନିଷ ହେଲେ, ମୁଁ ସେଠାରେ ରହିବି ନାହିଁ। ନିମ୍ବ କାଠରେ ତିଆରି ମୂର୍ତ୍ତି ଦୀଘା ମନ୍ଦିରରେ ପ୍ରତିଷ୍ଠା କରାଯାଇଛି ବୋଲି କହିଥିଲେ ଯାହାକୁ ନେଇ ବିବାଦ ଦେଖା ଦେଇଛି।

Tags: